ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୟୁଜି, ପିଜି ପାଠ୍ୟକ୍ରମରେ ନାମଲେଖାରେ ସ୍ବଚ୍ଛତା ଆଣିବା ଲାଗି ସାମ୍ସ ମାଧ୍ୟମରେ ନାମଲେଖା ଯାଉଛି। ତଥାପି ନାମଲେଖା କ୍ଷେତ୍ରରେ ଜାଲିଆତି ଅଭିଯୋଗ ଘଟଣା ଏବେ ଉଚ୍ଚଶିକ୍ଷା ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି। ପିଜି ତଥା ସ୍ନାତକୋତ୍ତର ସିଟ୍ରେ ଇ-ଆଡମିସନ୍ ବଦଳରେ କେତେକ ଶିକ୍ଷାନୁଷ୍ଠାନ ଅଫ୍ଲାଇନ୍ ମୋଡ୍ରେ ନାମଲେଖା କରିଛନ୍ତି। ରାଜ୍ୟର ୪ଟି ମହାବିଦ୍ୟାଳୟ ଓ ଦୁଇଟି ବିଶ୍ୱବିଦ୍ୟାଳୟରେ ଏଭଳି ଚଞ୍ଚକତା କରିଥିବା ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଉକ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।
ଦୁଇ ବିଶ୍ବବିଦ୍ୟାଳୟ, ୪ କଲେଜକୁ ନୋଟିସ୍
ଅଫ୍ଲାଇନ୍ ନାମ ଲେଖାଇଥିଲେ ସାମ୍ସ ଗ୍ରହଣ କରୁନି
ସଙ୍କଟରେ ଛାତ୍ରଛାତ୍ରୀଙ୍କ କ୍ୟାରିଅର
ବିଭାଗ ପକ୍ଷରୁ କୁହାଯାଇଛି ଯେ ୬ ଶିକ୍ଷାନୁଷ୍ଠାନରେ ଇ-ଆଡମିସନ୍ ନିୟମକୁ ଉଲ୍ଲଂଘନ କରାଯାଇ ପିଜି ପାଠ୍ୟକ୍ରମରେ ପିଲାଙ୍କ ନାମଲେଖା ହୋଇଛି। ସେଗୁଡ଼ିକ ହେଲା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ। ଏହାବାଦ୍ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବି ପିଜି ନାମଲେଖାରେ ଜାଲିଆତି ହୋଇଛି। ଯେଉଁଥିପାଇଁ ବିଭାଗ ପକ୍ଷରୁ ଉକ୍ତ ୬ଟି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଜାନୁଆରି ୨୦ ସୁଦ୍ଧା ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେପଟେ କାରଣ ଦର୍ଶାଅ ନୋଟିସ୍ ପାଇଥିବା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଉଛି ଯେ ଇଣ୍ଟରନେଟ୍ ସମସ୍ୟା ପାଇଁ ଏଭଳି ତ୍ରୁଟି ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସାମସ୍ ବାହାରେ କିଭଳି ଛାତ୍ରଛାତ୍ରୀଙ୍କ ନାମଲେଖା କରାଇଲେ? ଚିନ୍ତାର ବିଷୟ ହେଉଛି ଯେ ପ୍ରଥମେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଇ-ଆଡମିସନ୍ ନିୟମକୁ ବେଖାତିର କରି ପିଲାଙ୍କ ନାମଲେଖା କରାଇଲେ ଏବଂ ପରେ ବିଭାଗକୁ ଚିଠି ଲେଖି ପିଲାଙ୍କୁ ସାମ୍ସ ତାଲିକାରେ ସାମିଲ କରିବାକୁ ଅନୁରୋଧ କଲେ। ଯେଉଁ ପିଲାମାନେ ଅଫ୍ଲାଇନ୍ରେ ନାମ ଲେଖାଇଛନ୍ତି, ସେମାନଙ୍କୁ ସାମ୍ସ ଏବେ ଗ୍ରହଣ କରୁନି। ଫଳରେ ସମ୍ପୃକ୍ତ ପିଲାଙ୍କ କ୍ୟାରିୟର୍ ଏବେ ସଂକଟରେ।
ସୂଚନାଯୋଗ୍ୟ ଯେ ଗତ ୭ ତାରିଖରେ ଉଚ୍ଚଶିକ୍ଷା ବିଭାଗ ୧୯ଟି ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

