ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡ ଶୁଣାଇଲେ ପୋକ୍ସୋ ଅଦାଲତ

ଫୁଲବାଣୀ ୨୩/୦୯: ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟକୁ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗାଲ(୪୨)କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ପଚିଶ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି l

ସୂଚନାଥାଉକି ଗତ ୨୦୧୯ ଅଗଷ୍ଟ ୨୦ ସନ୍ଧ୍ୟାବେଳେ ନାବାଳିକା ଘର ବାରଣ୍ଡାରେ ଖେଳୁଥିବା ବେଳେ ଅଭିଯୁକ୍ତ ପ୍ରସନ ତାକୁ ଚକୋଲେଟ ଦେଇ ପାଖରେ ଥିବା ଚର୍ଚ୍ଚକୁ ନେଇ ଦୁଷ୍କର୍ମ କରି ଥିବା ଅଭିଯୋଗ ହୋଇଥିଲା l ସପେଟେ ଝିଅକୁ ନପାଇ ମା ଓ ମାଉସୀ ଖୋଜାଖୋଜି କରିବା ବେଳେ ଚର୍ଚ୍ଚ ବାରଣ୍ଡାରେ ଅଭିଯୁକ୍ତଙ୍କୁ ଦେଖିଥିଲେl ତେବେ ଅଭିଯୁକ୍ତ ଘଟଣା ସ୍ଥଳରୁ ଦଉଡ଼ି ପଳାଇଥିଲାl ଏହାପରେ ନାବାଳିକାଙ୍କ ମା ଜି. ଉଦୟଗିରି ଥାନାରେ ଏତଲା ଦେଇଥିଲେ। ଜି. ଉଦୟଗିରି ପୋଲିସ ଅଭିଯୋଗ ନମ୍ୱର ୧00/୧ ୯ ମୂଳେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା l

ଶୁକ୍ରବାର ଏହି ମାମଲାର ବିଚାର କରି ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ୨୫ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତିl ପିଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ଅସୀମ କୁମାର ପ୍ରହରାଜ ମକଦ୍ଦମା ପରିଚାଳନା କରିଥିଲେl ଏହି ମାମଲାରେ ପୀଡିତାଙ୍କ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।