ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ବ୍ରହ୍ମପୁର: ନାବାଳିକା ଦୁର୍ଷ୍କମ ମାମଲା‌ରେ ଆଜି ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଲା ପୁରୁଷୋତ୍ତମପୁର ଥାନା ଅଂଚଳର ବୃନ୍ଦାବନ ନାୟକ ଓରଫ୍ ବୁଲୁ (୩୫)। ସୂଚନା ମୁତାବକ, ୨୦୧୯ ମେ୧୪ ତାରିଖ ମଧ୍ୟାହ୍ନରେ ତିନିଜଣ ନାବାଳିକା ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଅଭିଯୁକ୍ତ ବୁଲୁ ସେମାନଙ୍କୁ ଅସଦାଚାରଣ କରିବା ସହ ଜଣକୁ ବଳପୂର୍ବକ ଟେକି ନେଇ ଦୁଷ୍କର୍ମ କରିଥିଲା। ଅନ୍ୟ ଦୁଇ ନାବାଳିକା ଦୌଡ଼ିଯାଇ ଗ୍ରାମବାସୀଙ୍କୁ ଏସମ୍ପର୍କରେ ଜଣାଇଥିଲେ। କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ପୀଡ଼ିତାକୁ ଉଦ୍ଧାର କରିଥିଲେ। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲା। ଏହି ମାମଲାର ବିଚାରଣା ସ୍ବତନ୍ତ୍ର ଫାଷ୍ଟ୍‌ଟ୍ରାକ୍‌ ପୋକ୍‌ସୋ କୋର୍ଟ ଜଜ୍ ଗ‌ଣେଶ୍ବର ପତିଙ୍କ କୋର୍ଟରେ ହୋଇଥିଲା। ପୁଲିସର ଚାର୍ଜସିଟ୍ ଦାଖଲ ଏବଂ ୧୨ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଆଜି ମାନ୍ୟବର୍ ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ଏଥିସହ ପୀଡ଼ିତାକୁ କ୍ଷତିପୂରଣ ବାବଦ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍‌ସୋ ପିପି ମୋହନ ସିଙ୍ଗାରି ଏହି ମାମଲାର ପରିଚାଳନା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।