ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ଦାବୀରେ ଏସପିଙ୍କୁ ଭେଟିଲେ କୁଇ ସମାଜ ମହିଳା ସଙ୍ଗଠନ

ଫୁଲବାଣୀ ୩୦/୬: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗଉଡ଼ପଡ଼ା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା । ଏହି ଅଭିଯୋଗରେ କୁଇ ସମାଜ ମହିଳା ସଙ୍ଗଠନ ସମ୍ପାଦିକା ଗୀତାଞ୍ଜଳୀ କହଁର ଓ ଉପସଭାନେତ୍ରୀ ସାଇବାଣୀ କହଁରଙ୍କ ନେତୃତ୍ଵରେ ପୀଡ଼ିତା ଛାତ୍ରୀର ମା’ ଓ ଅନ୍ୟ ମହିଳାମାନେ ଗୁରୁବାର କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାସହିତ ଘଟଣାର ନିରପେକ୍ଷ ତଦନ୍ତ କରି ମହିଳାମାନେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବୀ କରିଥିଲେ। ଏସପି ବିନିତ ଅଗ୍ରୱ୍ଵାଲ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ସମ୍ପାଦିକା ତଥା ପୂର୍ବତନ ସରପଞ୍ଚ ଗୀତାଞ୍ଜଳୀ କହଁର କହିଛନ୍ତି।

ଖବର ଅନୁସାରେ, ଚଳିତ ମାସ ଜୁନ ୧୫ ତାରିଖରେ ନାବାଳିକା ଘରୁ କୁଆଡ଼େ ଚାଲିଯାଇଥିଲା। ଏହାର ୨ ଦିନ ପରେ ଆଇଟିଆଇ ପାଖ ଆମ୍ବ ଗଛରେ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ମୃତଦେହ ଦେଖିବାପରେ ଝିଅକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ସଦର ଥାନାରେ ମୃତ ନାବାଳିକାର ମା ଯୋଶଦା କହଁର ଏତଲା ଦେଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗରେ ଗୁରୁବାର କୁଇ ସମାଜ ମହିଳା ସଂଗଠନ ଏସପିଙ୍କୁ ଭେଟିଥିଲ। ଅନ୍ୟପଟେ ସ୍ଥାନୀୟ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଘଟଣାସ୍ଥଳକୁ ଯାଇ ଘଟଣାର ପରିପାର୍ଶ୍ଵିକ ପରିସ୍ଥିତି ଓ ମୃତ୍ୟୁର କାରଣ ସମ୍ପର୍କରେ ଛାନଭିନ କରି ଫେରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।