ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମକାରୀଙ୍କ ଦଣ୍ଡାଦେଶ, ୨୫ ବର୍ଷର ଜେଲ୍‌ ଦଣ୍ଡ ସହ ୨୦ ହଜାର ଜରିମାନା

ବୌଦ୍ଧ ୧୯।୦୫ : ନାବାଳିକା ଦୁଷ୍କର୍ମକାରୀଙ୍କ ଦଣ୍ଡାଦେଶ । ୨୫ ବର୍ଷର ଜେଲ୍‌ ଦଣ୍ଡାଦେଶ ୨୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଲେ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ।

ଖବର ଅନୁଯାୟୀ, ୨୦୨୧ ମସିହାର ଏକ ମାମଲାର ବିଚାର କରି ଏପରି ରାୟ ଶୁଣାଇଛନ୍ତି ମାନ୍ୟବର କୌର୍ଟ । ଅଭିଯୁକ୍ତ ଯୁବକ ଜଣଙ୍କ କଣ୍ଟାମାଳ ଥାନା ଗୁଣ୍ଡୁଚିତରା ଗାଁରେ ରାକେଶ ଦୀପ । ସେ ବିବାହର ପ୍ରତିଶୃତି ଦେଇ ନାବାଳିକା ସହିତ ଶାରୀରିକ ସଂପର୍କ ଓ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଆଉ ଏବେ ଏହି ମାମଲାରେ ରାୟ ଶୁଣାଇଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷର ଜେଲ୍‌ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନ ଆଦେଶ ଦେଇଛନ୍ତି କୋର୍ଟ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।