ରାଜ୍ୟ

ନାବାଳକ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ଦା ଓ କାଠଫାଳିଆ ଜବତ କଲା ପୁଲିସ

କଟକ: ଜଗତପୁର ଥାନା ପୂର୍ବକଚ୍ଛ ନାବାଳକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ବାବୁଲା ଓରଫ୍ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦା ଓ କାଠଫାଳିଆ ବି ଜବତ କରିଛି ପୁଲିସ। ନାବାଳକ ଏଭଳି ଅପ୍ରାକୃତିକ ଯୌନ ସମ୍ପର୍କ ବିଷୟରେ ନିଜ ଘରେ କହିଦେବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି। ଯୋଗେନ୍ଦ୍ର ନାବାଳକୁ ପ୍ରଥମେ କାଠରେ ବାଡ଼େଇଥିଲା। ତାପରେ ଦାରେ ତା ବେକ କାଟିଥିଲା।

ସୂଚନାଯୋଗ୍ୟ, ଜଗତପୁର ଥାନା ଅନ୍ତର୍ଗତ ମଧ୍ୟକଚ୍ଛ ପଞ୍ଚାୟତ ପୂର୍ବକଛ ଗ୍ରାମରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ହତ୍ୟା କରି କେହି ଦୁବୃର୍ତ୍ତ ଗ୍ରାମ ପୋଖରୀ ହୁଡ଼ାରେ ଫିଙ୍ଗିଦେଇଥିଲା। ମୃତ ନାବାଳକଜଣକ ସ୍ଥାନୀୟ ଜଗନ୍ନାଥ ବେହେରାଙ୍କ ପୁଅ ଶୁଭମ୍ ଓରଫ ଜ୍ୟୋତି ରଞ୍ଜନ (୧୨)। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜଗତପୁର ଥାନା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କାଡ୍ ଦ୍ୱାରା ତଦନ୍ତକୁ ବ୍ୟାପକ କରାଯାଇଥିଲା।

ସୂଚନା ମୁତାବକ, ଜଗନ୍ନାଥ ବେହେରାଙ୍କ ପୁଅ ଶୁଭମ୍ ସ୍ଥାନୀୟ ପୂର୍ବକଛ ସରକାରୀ ଉପ୍ରା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର। ସେ ନିକଟରେ ଷାଣ୍ମାସିକ ପରୀକ୍ଷାରେ ଆଶାନୁରୂପ ଫଳ ପାଇ ନଥିଲେ। ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ମିଳିଥିବା ‘ପ୍ରୋଗ୍ରେସ୍ ରିପୋର୍ଟରେ ଅଭିଭାବକ ଦସ୍ତଖତ କରିବା ସମୟରେ ଶୁଭମ୍ଙ୍କୁ ତାଗିଦ୍ କରିଥିଲେ। ଏଥିରେ ରାଗି ଶୁଭମ୍ ଶନିବାର ଠାରୁ ଘରୁ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ପୁଅକୁ ବହୁ ଖୋଜାଖୋଜି କରି ରାତି ସୁଦ୍ଧା ଖୋଜି ପାଇ ନଥିଲେ। ରବିବାର ସକାଳୁ କିଛି ଗ୍ରାମବାସୀ ପୋଖରୀ ହୁଡ଼ାରେ ଶୁଭମଙ୍କ ବେକ କଟା ହୋଇଥିବା ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବାପା ଜଗନ୍ନାଥଙ୍କୁ ଖବର ଦେଇଥିଲେ। ସୂଚନା ପାଇ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହର ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଜୋନ୍-୧ ଏସିପି ଅରୁଣ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ଦ୍ୱାରା ତଦନ୍ତକୁ ବ୍ୟାପକ କରାଯାଇଥିଲେ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।