ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନାଥୁରାମ ଗଡସେ ଜଣେ ଦେଶଭକ୍ତ: ତ୍ରୀବେନ୍ଦ୍ର ରାୱତ

ନୂଆଦିଲ୍ଲୀ : ବିଜେପି ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂହ ରାୱତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିଛନ୍ତି। ରାୱତ କହିଛନ୍ତି, ଗାନ୍ଧୀଜୀଙ୍କୁ ହତ୍ୟା କରାଯାଇଛି। ଏହା ଭିନ୍ନ ପ୍ରସଙ୍ଗ। କିନ୍ତୁ ମୁଁ ଯେତିକି ବୁଝିଛି ଏବଂ ପଢ଼ିଛି ନାଥୁରାମ ଗଡ଼ସେ ମଧ୍ୟ ଜଣେ ଦେଶଭକ୍ତ। ଆମେ ଗାନ୍ଧୀଜୀଙ୍କ ହତ୍ୟାରେ ସହମତ ନୁହଁ। କିନ୍ତୁ ଗଡସେ ମଧ୍ୟ ଜଣେ ଦେଶଭକ୍ତ।

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରି ରାୱତ କହିଛନ୍ତି, କେବଳ ଗାନ୍ଧି ସାଙ୍ଗିଆ ଦ୍ବାରା ରାହୁଲ ଗାନ୍ଧିଙ୍କ ବିଚାରଧାରା ଗାନ୍ଧୀବାଦୀ ହୋଇଯିବନି। ପଇତା ପିନ୍ଧିଦେଲେ ରାହୁଲଙ୍କ ପରିଚୟ ବଦଳିଯିବନି। ଏବେ ସେ କେବଳ ଭାରତ ବିରୋଧୀ କଥା କହୁଛନ୍ତି। ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ଟିପ୍ପଣୀକୁ ମଧ୍ୟ ରାୱତ କଡ଼ା ବିରୋଧ କରିଛନ୍ତି। ରାୱତ କହିଛନ୍ତି, ରାହୁଲଙ୍କ ଏଭଳି କାର୍ଯ୍ୟ ଦ୍ବାରା ତାଙ୍କ ଦଳର କିଛି ମଙ୍ଗଳ ହୋଇପାରିବନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ