ରାଜ୍ୟ ସ୍ପେଶାଲ ରିପୋର୍ଟ

ନାତୁଣୀକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ: ବନ୍ଧାହେଲା ସମ୍ପର୍କୀୟ ଜେଜେ

ବାଲିଅନ୍ତା: ପଡ଼ୋଶୀ ପୁଣି ସମ୍ପର୍କରେ ଜେଜେ। ତେଣୁ ସ୍ବାଭାବିକ ଭାବେ ଜେଜେ-ନାତୁଣୀ ଭିତରେ ଥଟାମଜା ହେଉଥିଲା। କିନ୍ତୁ ଏହି ଥଟାମଜାକୁ ମଉକା ଭାବେ ନେଇ ଜେଜେ ନାବାଳିକା ନାତୁଣୀଙ୍କୁ ଘରୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କଲେ। ସୌଭାଗ୍ୟକୁ ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଠିକଣା ସମୟରେ ପହଞ୍ଚିଗଲେ। ଲୋକେ ଜେଜେକୁ ବହେ ଛେଚିବା ପରେ ପୁଲିସ ଜିମା ଦେଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲିଅନ୍ତା ଥାନା ଅଞ୍ଚଳରେ। ଆଜି ପୁଲିସ ଅଭିଯୁକ୍ତକୁ ମାମଲା ସଂଖ୍ୟା- ୪୧୩/ ୨୩ରେ କୋର୍ଟ ଚାଲାଣ କରିଛି ଏବଂ ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ପୁଲିସ ସୂଚନାନୁସାରେ ଅଭିଯୁକ୍ତ ଅଜୟର ବୟସ ୪୮ ଏବଂ ସେ ବିବାହିତ। ପୁଣି ତା’ର ୧୮ ବର୍ଷ ବୟସର ପୁଅଟିଏ ବି ଅଛି। କିନ୍ତୁ ସେ ପଡ଼ୋଶୀ ଘରର ନାବାଳିକାଙ୍କ ଉପରେ ଲୋଲୁପଦୃଷ୍ଟି ରଖିଥିଲା। ଜେଜେ ନାତୁଣୀ ସମ୍ପର୍କ ପାଇଁ ସେମାନେ ଥଟାମଜା ହେଉଥିଲେ। ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକାର ଥଟା ଜେଜେ ଅଜୟ ମନରେ ଆହୁରି ବିଷ ଭରିଦେଇଥିଲା। ଗତକାଲି ସନ୍ଧ୍ୟାରେ ନାବାଳିକା ତାଙ୍କ ଘରେ ଏକୁଟିଆ ଥିଲେ। ମଉକା ଅପେକ୍ଷାରେ ଥିବା ଅଜୟ ଥଟାମଜା କରିବା ବାହାନାରେ ନାବାଳିକାଙ୍କୁ ଘରୁ ବାଡ଼ିପଟକୁ ଟେକିନେଇ ଜୋର୍‌ ଜବରଦସ୍ତ ଦୁଷ୍କର୍ମ କରିବାକୁ ବସିଥିଲା। ଅଜୟ ନାବାଳିକାଙ୍କ ମୁହଁକୁ ଚାପି ଧରିଥିଲେ ବି ନାବାଳିକା ସବୁ ବଳ ଖଟାଇ ମୁହଁରୁ ତା’ ହାତକୁ ବାହାର କରି ଚିତ୍କାର କରିଥିଲେ। ପାଟି ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁଥିଲେ। ଅଜୟ ଖସିଯିବା ପୂର୍ବରୁ ଲୋକେ ତାକୁ କାବୁ କରି ନିର୍ଧୁମ୍‌ ଛେଚିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।