ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନାଟୋ ଦେଶ ସୀମାରେ ପଡ଼ିଲା ଋଷ୍ ମିସାଇଲ, ୨ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ପୁଣି ମିସାଇଲ ମାଡ଼ କରିଛି ଋଷ୍ । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ହମଲା ହୋଇଛି। ଋଷ୍‌ର ବାଲାଷ୍ଟିକ୍ ମିସାଇଲ ୟୁକ୍ରେନ ସୀମା ପାର୍ କରି ନାଟୋ ସଦସ୍ୟ ଦେଶ ପୋଲାଣ୍ଡ ଉପରେ ପଡ଼ିଛି । ଏହି ବିସ୍ଫୋରଣରେ ପୋଲାଣ୍ଡର ଦୁଇ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି ।

ସମାଚାର ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଋଷ୍‌ ସେନା ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ମିସାଇଲ ହମଲା କରିଥିଲା । କିଛି ବାଲାଷ୍ଟିଲ୍ ମିସାଇଲ ୟୁକ୍ରେନ ସୀମା ପାର୍ କରି ପୋଲାଣ୍ଡର ପୋଲିସି ପ୍ରେଜେୟୋଡ ଅଞ୍ଚଳରେ ପଡ଼ିଛି । ଫଳରେ ଏଥିରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ମିସାଇଲ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସହର ଲଓ୍ବିବି ସହର ଉପରେ ଲଞ୍ଚି କରିଥିଲା ଋଷ୍ ସେନା ।

ମଙ୍ଗଳବାର ବିଳମ୍ବିତ ରାତିରେ ଋଷ୍ ମିସାଇଲ ପୋଲାଣ୍ଡ ସୀମାରେ ପଡିଥିବା ନେଇ ସ୍ପଷ୍ଟ କରିଛି ପୋଲାଣ୍ଡ ବିଦେଶ ମନ୍ତ୍ରଣାଳୟ । ଏହା ପରେ ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଏକ ଜୁରରୀକାଳୀନ ବୈଠକ ଡକାଯାଇ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ସେହିପରି ପଡ଼ୋଶୀ ଦେଶ ହଙ୍ଗେରୀ ମଧ୍ୟ ନିଜର ପ୍ରତିରକ୍ଷା ବିଭାଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ସେପଟେ ପୋଲାଣ୍ଡ ଉପରେ ମିସାଇଲ ମାଡ଼କୁ ଟାଳି ଦେଇଛି ଋଷ୍ ।

ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ୯ମାସ ପରେ ବି ଉଭୟ ଦେଶ ପ୍ରଚଣ୍ଡ ପ୍ରହାର କରୁଛନ୍ତି । ଋଷ୍ ମିସାଇଲ ମାଡ଼ରେ ୟୁକ୍ରେନର ଅନେକ ସହର ଧ୍ବସ୍ତବିଧ୍ବସ୍ତ ହୋଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ