ଖେଳ

ନାଇଟ୍ ରାଇଡର୍ସ ଖେଳାଳି କୋଭିଡ୍ ପଜିଟିଭ୍, ବାତିଲ ହେଲା ଆରସିବି-କେକେଆର ମ୍ୟାଚ୍

ଅହମ୍ମଦାବାଦ, ୦୩/୦୫: ଆଇପିଏଲ ଉପରେ କରୋନା ମାଡ । ବାତିଲ ହେଲା ସୋମବାର ମ୍ୟାଚ୍ । କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି । କେକେଆରର ୨ ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ମ୍ୟାଚକୁ ବାତିଲ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଚଳିତ ସିଜିନର ୩୦ ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତେ କେକେଆର ଓ ଆରସିବି । ଅହମ୍ମଦାବାଦରେ ଏହି ମ୍ୟାଚ୍ ଖେଳାଯାଇଥାନ୍ତା ।ପୂର୍ବରୁ ବିସିସିଆଇ ଖେଳାଳିଙ୍କୁ କରୋନା ଭୟ ନଥିବା କହିଥିଲା । ବାୟୋ ବବଲରେ ଥିବାରୁ ଖେଳାଳି ସୁରକ୍ଷିତ ବୋଲି ବିସିସିଆଇ ଯୁକ୍ତି ବାଢିଥିଲା । କାରଣ ଏବେସୁଦ୍ଧା ୨୯ଟି ମ୍ୟାଚ୍ ସଫଳତା ପୂର୍ବକ ଶେଷ ହୋଇଥିଲା ।

ଉଭୟ ଦଳ ଗତ ମାସ ୧୮ ତାରିଖରେ ପରସ୍ପରକୁ ଭେଟିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ୩୮ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏଥର ନାଇଟ ରାଇଡର୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିଥିଲା ଟିମ୍। କେବଳ ସେତିକି ନୁହେଁ, ବ୍ୟାଟିଂ ବିଭାଗକୁ ଗୁରୁତ୍ୱ ଦେଇଥିଲା ।

ନାଇଟ୍‌ ରାଇଡର୍ସର ଓପନିଂ ବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ସୋମବାର ଏହି ତ୍ରୁଟି ସୁଧାରିବାକୁ ଦଳ ପ୍ରୟାସ କରିବା। ସହ ନିତିଶ ରାଣା ଓ ଶୁଭମନ ଗିଲଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ କରିବା ନେଇ ଯୋଜନା କରିଥିଲା । କିନ୍ତୁ ଏବେ ଦଳର ୨ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ମ୍ୟାଚ୍ ବାତିଲ ହୋଇଛି । କେଉଁ ଖେଳାଳି ପଜିଟ୍ଭ୍ ହୋଇଛନ୍ତି ସେନେଇ ଦଳ ପକ୍ଷରୁ ଏବେସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ