ଖେଳ

ନାଇକାଙ୍କ କାନକୁ କାମୁଡ଼ି ବିଦା ହେଲେ ବାଲା ଆଉ ଜଣେ ଟାଇସନ୍‌! ୨୪ ବର୍ଷ ତଳ ଘଟଣାର ପୁନରାବୃତ୍ତି

ଟୋକିଓ: ଟୋକିଓ ଅଲିମ୍ପିକ୍ସର ମୁଷ୍ଟିଯୁଦ୍ଧ ରିଙ୍ଗ୍‌ରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିଲା। ପୁରୁଷ ହେଭିୱେଟ୍‌ ବର୍ଗ ମ୍ୟାଚ୍ ବେଳେ ମରକ୍କୋ ମୁଷ୍ଟିଯୋଦ୍ଧା ୟୁନିସ୍ ବାଲା ପ୍ରତିପକ୍ଷ ନ୍ୟୁଜିଲାଣ୍ଡର ଡେଭିଡ୍ ନାଇକାଙ୍କ କାନକୁ ଅଚାନକ କାମୁଡ଼ି ପକାଇଥିଲେ। ଫଳରେ ବିଚାରକ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ନାଇକାଙ୍କୁ ବିଜୟୀ ଘୋଷଣା କରିଥିଲେ।

ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ନାଇକା ଏହି ଲଢ଼େଇର ପ୍ରଥମ ଦୁଇ ରାଉଣ୍ଡକୁ ଜିତି ନେବା ପରେ ତୃତୀୟ ରାଉଣ୍ଡରେ କ୍ରମାଗତ ଭା‌ବେ ବାଲାଙ୍କୁ ମୁଥ ପରେ ମୁଥ ମାରି ଚାଲିଥିଲେ। ଏଥି‌ରେ ହ‌ତୋତ୍ସାହିତ ହୋଇ ୨୨ ବର୍ଷୀୟ ବାଲା ନିଜ ଉପରୁ ନିୟନ୍ତ୍ରଣ ହରାଇ ନାଇକାଙ୍କ କାନକୁ ଖୁବଜୋର୍‌ରେ କାମୁଡ଼ିବାକୁ ଉଦ୍ୟମ କରିଥିଲେ। ଲଢ଼େଇ ପରେ ବାଲାଙ୍କ ଏଭଳି ଆଚରଣରେ ନାଇକା‌ ବିସ୍ମୟ ପ୍ରକଟ କରିଥିଲେ। ବିଚାରକ ବାଲାଙ୍କୁ ଭର୍ତ୍ସନା କରିଥିଲେ। ସୂଚନାଯୋଗ୍ୟ, ୧୯୯୭ ଜୁନ୍‌ ୨୮ରେ ବିଶ୍ବ ହେଭିୱେଟ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ବିଶ୍ବର ନମ୍ବର ୧ ବକ୍ସର ମାଇକ୍‌ ଟାଇସନ୍‌ ଇଭାଣ୍ଡର ହୋଲିଫିଲ୍ଡଙ୍କ କାନକୁ କାମୁଡ଼ କିଛିଦିନ ପାଇଁ ବକ୍ସିଂ ଲାଇସେନ୍ସ ହରାଇଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ