ଝାଡ଼ଖଣ୍ଡ ୦୩/୦୩: ନର୍ସ ହେବାକୁ ଚାହୁଁଥିବା ୧୨ବର୍ଷୀୟା ପାଲିନୀ କୁମାରୀ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ମାଙ୍କ ସହ ରାସ୍ତା କଡରେ ଚଣା ବିକ୍ରି କରୁଛନ୍ତି । ପାଲିନୀଙ୍କ ସ୍ୱପ୍ନ ବଡ ହୋଇ ଗରିବଙ୍କ ସେବା କରିବା । ଯାହା ପାଇଁ ସେ ଖୁବ୍ ସଂଘର୍ଷ କରୁଛନ୍ତି ।
ଝାଡଖଣ୍ଡର ସିମଡେଗା ର ପାଲିନୀ କୁମାରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ଚଣା ବିକ୍ରି କରୁଥିବା ଦେଖାଯାଇଛି । ପାଲିନୀଙ୍କ ଦେଢ ବର୍ଷ ବୟସରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇ ଯାଇଥିଲା । ପିତାଙ୍କ ମୃତ୍ୟୁ ପରେ ପାଲିନୀ ଏବଂ ତାଙ୍କ ମା ସଂଘର୍ଷ କରି ଆସୁଛନ୍ତି ଏବଂ ଉଭୟ ଚଣା ବିକ୍ରି କରି ପେଟ ପୋଷୁଛନ୍ତି । ପାଲିନୀ କହିଛନ୍ତି, ଯେଉଁ ଦିନ ତାଙ୍କର ବିକ୍ରି ହୋଇ ନଥାଏ ସେଦିନ ତାଙ୍କୁ ଭୋକିଲା ଶୋଇବାକୁ ପଡିଥାଏ । ଯଦି ତାଙ୍କ ପିତା ଜୀବିତ ଥାଆନ୍ତେ, ହୁଏତ ତାଙ୍କ ମା ଏବଂ ତାଙ୍କୁ ଏହି କାମ କରିବାକୁ ପଡି ନଥାନ୍ତା ।
ପାଲିନୀ ସକାଳେ ପ୍ରଥମେ ସ୍କୁଲକୁ ଯାଇଥାନ୍ତି ଏବଂ ପରେ ଘରକୁ ଆସି ଚଣା ବିକ୍ରି କରଥାନ୍ତି । ସେ ଲାଇନ୍ କନଭେଣ୍ଟ୍ ଶ୍ୟାମଟୋଲିରେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି କିନ୍ତୁ ତାଙ୍କୁ ନର୍ସ କରିବା ପାଇଁ ତାଙ୍କ ମା’ଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ । ପାଲିନୀ ଷଷ୍ଠରେ ୭୫% ମାର୍କ ରଖି ପାସ୍ କରିଛନ୍ତି । ଆର୍ଥିକ ଅଭାବ କାରଣରୁ ପାଲିନୀଙ୍କ ସ୍ୱପ୍ନ ମରିଯାଉଥିବା ବେଳେ ତାଙ୍କ କାହାଣୀ ସୋସିଆଲ ମିଡିଆରେ ବାହାରିଲା ହେବା ପରେ, ସାହାଯ୍ୟ ପାଇଁ ଅନେକ ହାତ ଆଗକୁ ଆସିଛି ।
ସର୍ବପ୍ରଥମେ, ଆଦାନୀ ଗ୍ରୁପର ଗୌତମ ଆଦାନୀ ପାଲିନୀଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ଉଠାଇବାକୁ ପ୍ରତିଶୃତି ଦେଇଥିଲେ । ଆଦାନୀ ଟୁଇଟ୍ କରି କହିଛନ୍ତି, ‘ଏକ ଛୋଟ ଝିଅର ଏତେ ବଡ଼ ଧାରଣା । ପୀଲନୀର ଶିକ୍ଷା ପାଇଁ ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ସୌଭାଗ୍ୟ ହେବ । ଏହି ଝିଅ ସଶକ୍ତ ଭାରତର ଆଶା ଭରସା । ସେମାନଙ୍କୁ ସୁନ୍ଦର ଭବିଷ୍ୟତ ଦେବା ଆମ ମାନଙ୍କର ଦାୟିତ୍ୱ ।’ ଆଦାନୀ ଗ୍ରୁପ୍ ପାଲିନୀଙ୍କୁ ପ୍ରତି ମାସରେ ୨୫ ହଜାର ଦେବାକୁ କହିଛି ।
ଝାଡଖଣ୍ଡର ସିଏମ୍ ହେମନ୍ତ ସୋରେନ ଟ୍ୱିଟ୍ କରି କହିଛନ୍ତି ପାଲିନୀଙ୍କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯିବ ଏବଂ ଉତ୍କୃଷ୍ଟ ଶିକ୍ଷା ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ । ଏହା ବ୍ୟତୀତ ରଙ୍ଗଟା ଗ୍ରୁପ୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟ ପାଲିନୀଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଏଥି ସହିତ ଜିଲ୍ଲାର ଡେପୁଟି କମିଶନର ସୁଶାନ୍ତ ଗୌରବ ମଧ୍ୟ ତାଙ୍କ ପରିବାରର ଅବସ୍ଥା ଅନୁଧ୍ୟାନ କରି ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ଏକ ଟିମ୍ ପଠାଇଛନ୍ତି ।