ଦେଶ ବିଦେଶ ମନୋରଞ୍ଜନ

ନର୍ଗିସ୍‌ଙ୍କୁ ଭିଡିଓ କରିବା ପଡିଲା ମହଙ୍ଗା, ସାଇକେଲ୍‌ରୁ ଗଳିପଡିଲେ ଅଭିନେତ୍ରୀ…

ନୂଆଦିଲ୍ଲୀ ୨୭।୦୫ : ଅଭିନେତ୍ରୀ ନର୍ଗିସ୍‌ ଫକ୍‌ରୀ ଫିଲ୍ମ ଦୁନିଆରେ ଏତେଟା ହିଟ୍‌ ନଥିଲେ ବି ଫିଟ୍‌ନେସ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ନର୍ଗିସ୍‌ ଫକ୍‌ରୀ ଇଣ୍ଡଷ୍ଟ୍ରି ଠାରୁ ବହୁତ ଦୂରରେ ଅଛନ୍ତି। ତଥାପି ତାଙ୍କ ସ୍ଲିମ୍‌ ଟ୍ରିମ୍‌ ଫିଗର ପାଇଁ ଅନେକ ଦିଓ୍ଵାନା ଅଛନ୍ତି।ହେଲେ ଏବେ ତାଙ୍କର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ନର୍ଗିସ୍‌ ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ୍। କିଛି ନା କିଛି ଫଟୋ ଭିଡିଓ ସେୟାର କରୁଥାନ୍ତି। ନିକଟରେ ସେ ସାଇକେଲ ଚଳାଇବା ସମୟର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସାଇକେଲ୍‌ରୁ ଗଳି ପଡିଛନ୍ତି । ସେ ତାଙ୍କ ଦୁର୍ଘଟଣାର ଭିଡିଓଟିକୁ ତାଙ୍କ ପ୍ୟାନ୍ସ ମାନଙ୍କ ପାଇଁ ସେୟାର କରିଛନ୍ତି। ସେ ତାଙ୍କ ସାଙ୍ଗ ସହିତ ସାଇକେଲ୍‌ ଚଲାଉଛନ୍ତି। ଏହି ସମୟରେ ତାଙ୍କର ବାଲାନ୍ସ ବିଗିଡି ଯାଇଛି ଆଉ ସେ ତଳେ ଗଳି ପଡିଛନ୍ତି । ଏମିତି ଆଉ ଏକ ଫଟୋ ଅଛି ଯେଉଁଥିରେ ତଳେ ବସି ହସୁଥିବାର ନଜର ଆସୁଛନ୍ତି ।

କହିବାକୁ ଗଲେ ନର୍ଗିସ୍ ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ଫେରିଛନ୍ତି। ଏହି ସମୟରେ ସେ ସେଠାକାର କିଛି ଅନୁଭତି ସେୟାର କରିଥିଲେ। ସେ କହିଥିଲେ କି ବହୁତ ଥର ରାମ୍ପରେ ଚାଲିଛନ୍ତି , ହେଲେ କାନ୍ସ ରେଡ କାର୍ପେଟରେ ଚାଲିବା ସମୟରେ ଡରି ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ମାତ୍ରେ ଆତ୍ମବିଶ୍ୱାସ ଆସିଥିଲା

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ