ରାଜ୍ୟ

ନରେନ୍ଦ୍ର ବାଣ ବିସ୍ଫୋରଣର ଏସ୍‌ଆର୍‌ସିଙ୍କ ତଦନ୍ତ: ଦୁଃଖ ଜଣାଇଲେ ମୃତକଙ୍କ ପରିବାର

ପୁରୀ: ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌ଆରସି)ଙ୍କ ପକ୍ଷରୁ ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ସତ୍ୟବ୍ରତ ସାହୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଜି ୨୦ରୁ ଅଧିକ ଅଭିଯୋଗକାରୀ ଶ୍ରୀ ସାହୁଙ୍କ ସମ୍ମୁଖରେ ଅଭିଯୋଗ ରଖିଛନ୍ତି। ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କ ସମେତ ବୁଦ୍ଧିଜୀବୀମାନେ ଏହି ତଦନ୍ତ ବେଳେ ଉପସ୍ଥିତ ଥିଲେ। ଭଉଁରି ବେଳେ ନରେନ୍ଦ୍ର ପୁଷ୍କରିଣୀ ସୁରକ୍ଷା ଅବହେଳା ବ୍ୟବସ୍ଥା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା ଆଦି ଉପରେ ସେମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୃତକଙ୍କ ପରିବାରକୁ ଚାକିରି, ଅଧିକ ଆର୍ଥିକ ସହାୟତା, ପିଲାମାନଙ୍କ ପାଠପଢ଼ା ବ୍ୟବସ୍ଥା କରାଇବାକୁ ନିଦେବନ କରିଛନ୍ତି। ଅଭିଯୋଗ ବେଳେ ମୃତକ ଓ ଗୁରୁତରଙ୍କ ପରିବାର ଲୋକେ କାନ୍ଦି ପକାଇଥିବାର ଦେଖିବାକୁ ମିଳିଥିଲା। ଆଜି ସମୟ ଅବଧି ଭିତରେ ଅଭିଯୋଗ ଶୁଣିବା ସମ୍ଭବପର ନ ହେବାରୁ ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି।

ଆଜି ଅପରାହ୍ଣ ୩ଟାରେ ପୁରୀ ସର୍କିଟ୍‌ ହାଉସ୍‌ଠାରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ଶ୍ରୀ ସାହୁ ବାଣ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ପିନାକ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, କୁମ୍ଭାରପଡ଼ା ଥାନା ଅଧିକାରୀ, ଅଗ୍ନିଶମ ଅଧିକାରୀ ଓ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ମୃତକ ଓ ଚିକିତ୍ସାଧୀନ ବ୍ୟକ୍ତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଭଉଁରି ବେଳେ ଯେଉଁଭଳି ସ୍ଥିତିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାଇବାକୁ ଅନୁମତି ଦିଆଗଲା, ତାହା ସଂପୂର୍ଣ୍ଣ ବେଆଇନ। କେହି ବାଣ ଯାଞ୍ଚ କଲେନି। ଅନୁମତି ନ ଥାଇ ବି ବାଣ ଫୁଟିଲା। ସୁରକ୍ଷାରେ ଅବହେଳା କାରଣରୁ ଆଜି ଏତେ ଜୀବନ ଚାଲିଗଲା। ଆହୁରି ଅନେକ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ସେପଟେ ଯେଉଁମାନେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗଲେ, ସେଠାରେ ଆବଶ୍ୟକ ଚିକିତ୍ସା ସୁବିଧା ମିଳିଲାନି। ଡାକ୍ତର ନ ଥିଲେ ବି କି ଆମ୍ବୁଲାନ୍ସ ନ ଥିଲା। ଷ୍ଟ୍ରେଚର୍‌ରେ ନିଜେ ପରିବାର ଲୋକେ ଆତ୍ମୀୟଙ୍କୁ ବୋହିଲେ। ଚିକିତ୍ସାରେ ବହୁ ବିଳମ୍ବ ବି ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ କରିଦେଲା। ଏଣୁ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ଡାକ୍ତର ନିଯୁକ୍ତି ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ଦାବି ହୋଇଛି। ମୃତ ଓ ଗୁରୁତରଙ୍କ ପରିବାରକୁ ରୋଜଗାର ଓ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ପୁରୀ: ଗତ ୨୯ ତାରିଖ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟାରେ ଆଉ ଦୁଇ ଜଣଙ୍କ ନାମ ଯୋଡ଼ି ହୋଇଯାଇଛି। ଫଳରେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଖଣ୍ଡିଆବନ୍ଧର ଦେବଦତ୍ତ ସ୍ବାଇଁ(୩୫)ଙ୍କର ମୃତ୍ୟୁ ଖବର ଆସିଛି। ତାଙ୍କର ଦୁଇ ବର୍ଷର ପୁଅ ପ୍ରିୟାଂଶୁ ରାଜ ସ୍ବାଇଁ(୨)ର ବାଣ ବିସ୍ଫୋରଣ ଘଟିବା ଦିନ ହିଁ ପ୍ରାଣହାନୀ ଘଟିଥିଲା। ସେହିପରି ଗତକାଲି ସେହି ଖଣ୍ଡିଆବନ୍ଧର ରାକେଶ ପ୍ରଧାନ (୨୩)ଙ୍କର ମୃତ୍ୟୁ ହୋଇଥିବା ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁ କହିଛନ୍ତି। ପୁରୀ ସମେତ କଟକ ଓ ଭୁବନେଶ୍ବରରେ ଏହି ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ଜାରି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।