ଆଠଗଡ ୨୬।୭: କଟକ ଜିଲ୍ଲା ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀକୁ ଠାବ କରିଛି ବନ ବିଭାଗ । ଦାନ୍ତ ହାତୀଟି ଦୁଇ ଦିନ ହେବ ଅସୁସ୍ଥ ହୋଇ ପୂର୍ବାଞ୍ଚଳ ରେଞ୍ଜ ଅଧିନ ଦେବଭୂମି ସଂରକ୍ଷିତ ଜଙ୍ଗଲ ନୂଆଗଡ କମ୍ପାଣ୍ଟମେଣ୍ଟ ୩ରେ ତଥା ବୁଢ଼ାବୁଢ଼ୀ ଘାଟିର ଦୁଇ କିଲୋମିଟର ଜଙ୍ଗଲ ଭିତରେ ଅସୁସ୍ଥ ଦନ୍ତା ହାତୀଟି ବୁଲୁଥିବା ବନ ବିଭାଗ ଖବର ପାଇଥିଲା । ହାତୀର କାନ ପାଖରେ ଆଘାତ ଲାଗିଥିବା ଜଣାପଡ଼ିଛି । ହାତୀଟିକୁ ଠାବ କରିବାକୁ ଚେଷ୍ଟା କରୁଥିଲା ବନ ବିଭାଗ କିନ୍ତୁ ଅତି ଘଞ୍ଚ ଜଙ୍ଗଲ ଥିବାରୁ ତାହା ସମ୍ଭବ ହୋପାରିଲା ନାହିଁ।
ମଙ୍ଗଳବାର ସାତକୋଶିଆରୁ ଏକ ସ୍ବତନ୍ତ୍ର ଟିମ୍ ଅସି ହାତୀଟିକୁ ଟ୍ରାଙ୍କୁଲାଇଜ କରାଯିବ ବୋଲି ଆଠଗଡ଼ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହୁଛନ୍ତି ।