ଅପରାଧ ରାଜ୍ୟ

ନରସିଂହପୁରରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଘଟଣା : ଆଉ ୨ ଜଣକୁ ଗିରଫ କଲା ବନ ବିଭାଗ

ଆଠଗଡ ୩୦।୬: ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ଜଙ୍ଗଲ ଖୋଲ ବିଟ୍ ତାମେରା ନାଳ ନିକଟରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ନରସିଂହପୁର ଥାନା କାଠଖୁଣ୍ଟ ଗ୍ରାମର ୫୩ ବର୍ଷ ବୟସ୍କ ବୁଦ୍ଧିମାନ ରାଉତ ଓରଫ ବୁଦ୍ଧିଆ ଏବଂ ଜୟପୁର ଅନନ୍ତ ପ୍ରସାଦ ଗ୍ରାମର ୨୮ ବର୍ଷ ବୟସ୍କ ଜଳନ୍ଧର ନାୟକ ଓରଫ ଜଳିଆ । ପୂର୍ବରୁ ଏହି ଘଟଣାରେ ୩ ଜଣ ଗିରଫ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଜୟପୁର ଖୋଲ ବିଟ୍ ଜଙ୍ଗଲରେ ଏକ ଦନ୍ତାକୁ ଶିକାରୀମାନେ ଗୁଳି କରିଥିଲେ। ଗୁଳିବିଦ୍ଧ ଅବସ୍ଥାରେ ହାତୀକୁ ବନ ବିଭାଗ ଠାବ କରିବା ପରେ ତାର ଚିକିତ୍ସା ଆରମ୍ଭ କରିଥିଲା । ୯ ଦିନର ସଂଘର୍ଷ ପରେ ହାତୀଟିର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୂର୍ବରୁ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି ତାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଜାଦବ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।