ଖେଳ ଦେଶ ବିଦେଶ

‘ନମୋ ଷ୍ଟାଡିୟମର ପିଚ୍ ଖେଳିବା ଉପଯୋଗୀ ଥିଲା ନା ନାହିଁ ଆଇସିସି ନିଷ୍ପତ୍ତି ନେବ’, ପରାଜୟ ପରେ ଏମିତି କହିଲେ ଜୋ ରୁଟ୍…

ଅହମ୍ମଦାବାଦ, ୨୬/୦୨ : ଅହମ୍ମଦାବାଦ ଟେଷ୍ଟରେ ଇଂଲଣ୍ଡ ଭାରତଠୁ ୧୦ ଓ୍ୱିକେଟରେ ପରାସ୍ତ ହୋଇଛି । ପରାଜୟ ପରେ ଅଧିନାୟକ ଜୋ ରୁଟ ଷ୍ଟାଡିୟମର ପିଚ୍ ଟେଷ୍ଟ ଖେଳିବାକୁ ଅନୁକୂଳ ନା ନାହିଁ ତାହା ଆଇସିସି ନିଷ୍ପତ୍ତି ନେବ ବୋଲି କହିଛନ୍ତି । ଇଂଲଣ୍ଡ ଉଭୟ ପାଳିରେ ବହୁତ କମ୍ ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ପାଳିରେ ଭ୍ରମଣକାରୀ ଦଳ ୧୧୨ ଓ ଦ୍ୱିତୀୟ ପାଳିରେ ୮୧ ରନ୍ କରିଥିଲା ।

ଭାରତ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତିଥିଲା । କିନ୍ତୁ ରୁଟ୍ ପିଚକୁ ଏଥିପାଇଁ ଦୋଷ ଦେଇନଥିଲେ । ତେବେ ସେ କହିଛନ୍ତି ଯେ, ଏହି ପିଚ୍ ଟେଷ୍ଟ ଅନୁକୂଳ ନା ନାହିଁ ତାହା ଆଇସିସି ବିଚାର କରିବ । ଏହି ପିଚ୍ ବହୁତ ଚ୍ୟାଲେଞ୍ଜିଂ । ବ୍ୟାଟସମ୍ୟାନଙ୍କ ପାଇଁ ଏହା ବହୁତ କଠିନ ଥିଲା । ଖେଳାଳି ଭାବେ ସେମାନେ ସବୁ ପରିସ୍ଥିତିର ମୁକାବିଲା କରିଛନ୍ତି । ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ତାଙ୍କ ଦଳ ପ୍ରଥମ ଇନିଂସରେ ବଡ ସ୍କୋର କରିବାର ସୁଯୋଗ ହରାଇଥିଲା । ଯାହା ସମ୍ଭବ ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପ୍ରଥମ ଇନିଂସରେ ସୁଯୋଗକୁ ହାତଛଡା କରିଥିଲେ । ଦଳର ସ୍କୋର ଗୋଟିଏ ସମୟରେ ୭୪ ରନରେ ୨ ଓ୍ୱିକେଟ ଥିଲା । ବଡ ସ୍କୋର ହୋଇପାରିଥାନ୍ତା ବୋଲି ସେ କହିଛନ୍ତି ।

ତେବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦଳର ବ୍ୟାଟିଂକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । କୋହଲି କହିଛନ୍ତି ଯେ, ଉଭୟ ଦଳ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନାହାଁନ୍ତି । ବ୍ୟାଟସମ୍ୟାନଙ୍କ ପାଖରେ ସ୍କିଲର ଅଭାବ ଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସରେ ବ୍ୟାଟିଂ କରିବା ପାଇଁ ଭଲ ସୁଯୋଗ ଥିଲା । ଉଭୟ ଦଳ ଖରାପ ବ୍ୟାଟିଂ କରିଥିବା ସ୍ୱୀକାର କରିଛନ୍ତି କୋହଲି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ