ମନୋରଞ୍ଜନ

ନମିତାଙ୍କୁ ଛାଡ଼ି ଚାଲିଗଲେ ବୀର

ଫରାରି କୀ ସବାରୀ, ଏକଲବ୍ୟ: ଦ ରୟାଲ୍ ଗାର୍ଡ, ପରିଣୀତା ପରି ସଫଳ ସିନେମାର ପ୍ରଯୋଜକ ଭୀର ଚୋପ୍ରା। ଏପରିକି ତାଙ୍କ ଭାଇ ବିଧୁ ବିନୋଦ ଚୋପ୍ରା ନିର୍ମାଣ କରିଥିବା ଶିକାରା, ଏକ୍ ଲଡକୀ କୋ ଦେଖା ତୋ ଐସା ଲଗା, ପିକେ, ୩-ଇଡିଅଟ୍‌ସ, ଲଗେ ରହୋ ମୁନ୍ନା ଭାଇ, ମୁନ୍ନା ଭାଇ ଏମବିବିଏସ୍, ମିସନ କାଶ୍ମୀର, ୧୯୪୨-ଲଭ୍ ଷ୍ଟୋରି, ଖାମୋଶ ଆଦିରେ ବୀରଙ୍କ ପୂର୍ଣ୍ଣ ସହଯୋଗ ଥିଲା। ବିଧୁ ବିନୋଦଙ୍କ ବଡ଼ ଭାଇ ବୀର ଚୋପ୍ରା କୋଭିଡ୍-୧୯ରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ଆପଣ ଜାଣିଛନ୍ତି କି ନାହିଁ, ବଲିଉଡ୍‌ର ଏଇ ପ୍ରଚ୍ଛଦ ବ୍ୟକ୍ତିତ୍ବ ବୀର ଜଣେ ଓଡ଼ିଆ ଝିଅଙ୍କୁ ବିବାହ କରିଥିଲେ। ସାଉଣ୍ଡ ଡିଜାଇନର୍ ନମିତା ନାୟକ ହେଉଛନ୍ତି ସ୍ବର୍ଗତ ବୀର ଚୋପ୍ରାଙ୍କ ସହଧର୍ମିଣୀ। ନମିତା ସରଫରୋସ, ୧୯୪୨-ଲଭ୍ ଷ୍ଟୋରି ପରି ସଫଳ ସିନେମାର ସାଉଣ୍ଡ ଡିଜାଇନ୍ କରିଛନ୍ତି। ବୀର ଚୋପ୍ରାଙ୍କ ପୁଅ ଅଭୟ ଚୋପ୍ରା ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା। ବୀରଙ୍କ ବିୟୋଗରେ ବଲିଉଡ୍ ଇଣ୍ଡଷ୍ଟ୍ରିର ବହୁ କଳାକାର ଶୋକବ୍ୟକ୍ତ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ