ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ନମାନିଲେ ନିୟମ, କଟିବ ଫାଇନ୍‌ ; ଛକ ଛକରେ ଜଗିଛି କ୍ୟାମେରା

ଆନନ୍ଦପୁର ୦୮।୦୬ : ନିୟମ ଖିଲାପକାରୀଙ୍କୁ ଜଗିବ କ୍ୟାମେରା । କଟିବ ଅଟୋମେଟିକ୍‌ ଫାଇନ୍‌ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ସମେତ ଜାତୀୟ ରାଜପଥ ୨୦ ଓ ଆନନ୍ଦପୁର ଦେଇ ଯାଇଥିବା ଭଦ୍ରକ-କରଞ୍ଜିଆ ରାସ୍ତାକୁ ମିଶାଇ ମୋଟ ୧୩ଟି ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି ।

ତେବେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ମାଧ୍ୟମରେ ନିୟମ ଖିଲାପକାରୀ ଗାଡିଚାଳକଙ୍କ ଉପରେ ଘଷିପୁରା ଓ ଆନନ୍ଦପୁର ଥାନା କଣ୍ଟ୍ରୋଲ୍‌ ରୁମ୍ ରୁ ନଜର ରଖୁଛି ପୋଲିସ୍ । ପୂର୍ବରୁ ନିୟମ ଖିଲାପକାରୀଙ୍କ ବିରୋଧରେ ହେଉଥିଲା ଜରିମାନା । ହେଲେ ଏବେ ଆଇଟିଏମ୍ଏସ୍ ଟେକ୍ନୋଲେଜି ମାଧ୍ୟମରେ ଅଟୋମେଟିକ୍ ଫାଇନ୍ କଟିଯିବ । ଗାଡି ଚଲାଇବା ସମୟରେ ଯଦି କୌଣସି ନିୟମରେ ଖିଲାପ ହୋଇଥିବା କ୍ୟାମେରା ନଜରକୁ ଆସେ , ତେବେ ଚାଲାଣ କଟିବ। ବୁଧବାରଠୁ ଏହି ବ୍ୟବସ୍ଥା ହୋଇଥିବା କେନ୍ଦୁଝର ଆରଟିଓ ସୂଚନା ଦେଇଛନ୍ତି । ଆରଟିଓଙ୍କ ତତ୍ବାବଧାନରେ ଏକ ଟେକ୍ନିକାଲ ଟିମ୍ ଆନନ୍ଦପୁରରେ ପହଁଞ୍ଚି କ୍ୟାମେରା ଗୁଡିକୁ ଅପଗ୍ରେଡ୍ କରିଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।