ଦେଶ ବିଦେଶ ଧର୍ମ

ନଭେମ୍ବର ୫ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଗସ୍ତ: ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ପ୍ରତିମା କରିବେ ଅନାବରଣ

ଡେରାଡୁନ ୩୧/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୫ ତାରିଖରେ କେଦାରନାଥ ଗସ୍ତ କରିବେ। ମୋଦି କେଦାରନାଥ ମନ୍ଦିରରେ ପୂଜା କରିବେ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା ଅନାବରଣ କରିବେ। ୨୦୧୩ ବନ୍ୟା ପରେ ସମାଧି ପୁନଃ ନିର୍ମାଣ କରାଯାଇଛି। ନଭେମ୍ବର ୫ ତାରିଖରୁ କେଦାରନାଥ ଧାମ କବାଟ ବନ୍ଦ କରାଯିବାକୁ ନିର୍ଦ୍ଧାରିତ କରାଯାଇଛି।

୨୦୧୩ ରେ ହୋଇଥିବା ଭୀଷଣ ବନ୍ୟାରେ ଏହି ସମାଧି କ୍ଷତିଗ୍ରସ୍ତ ହୋଇଥିଲା। ଏହାପରେ ତାକୁ ପୁନଃ ନିର୍ମାଣ କରାଯାଇଛି। ପିଏମଓ କହିଛି ଯେ ଏହି ପୁନଃନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ତଦାରଖ ଓ ନିର୍ଦ୍ଦେଶରେ ହୋଇଛି। ଆଗକୁ ମଧ୍ୟ ସେ ଲଗାତାର ତଦାରଖ କରିବେ ବୋଲି କହିଛନ୍ତି।

କେଦାରନାଥ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରସ୍ବତୀ ଆସ୍ଥାପଥ ଚାରିପାଖରେ ହୋଇଥିବା ନିର୍ମାଣ କାର୍ଯ୍ୟ ଓ ଜାରି ଥିବା ବିକାଶ କାର୍ଯ୍ୟ ସମୀକ୍ଷା ଓ ପର୍ଯ୍ୟବେକ୍ଷଣ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରିବେ। ପିଏମଓ ଅନୁଯାୟୀ, ସରସ୍ବତୀ ଆସ୍ଥାପଥ, ମନ୍ଦାକିନୀ ଆସ୍ଥାପଥ, ତୀରଥ ପୁରୋହିତ ଆବାସ ଓ ମନ୍ଦାକିନୀ ନଦୀରେ ଗରୁଡ ଛତ୍ତି ପୋଲ ସହିତ ଅନେକ ପ୍ରକଳ୍ପ ଉଦଘାଟନ କରିବେ। ଏହି ପ୍ରକଳ୍ପ ୧୩୦ କୋଟି ଟଙ୍କାରେ ପ୍ରସ୍ତୁତ କରାଯାଇଛି।

ପ୍ରଧାନମନ୍ତ୍ରୀ ଏହାସହ ୧୮୦ କୋଟି ଟଙ୍କା ବ୍ୟୟରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ। ଏଥିରେ ସଙ୍ଗମ ଘାଟର ପୁନର୍ବିକାଶ, ପ୍ରାଥମିକ ଉପଚାର ଓ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ପ୍ରଶାସନିକ କାର୍ଯ୍ୟାଳୟ ଓ ହସ୍ପିଟାଲ, ମନ୍ଦାକିନୀ ଆସ୍ଥାପଥ ଲାଇନ ପ୍ରବନ୍ଧନ, ବର୍ଷାରୁ ରକ୍ଷାପାଇବାକୁ ଆଶ୍ରୟସ୍ଥଳ ଓ ସରସ୍ବତୀ ନାଗରୀୟ ସୁବିଧା କୋଠା ସାମିଲ ଅଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ