ରାଜ୍ୟ ସ୍ପେଶାଲ ରିପୋର୍ଟ

ନବ ଦାସ ହତ୍ୟା ତଦନ୍ତ: ଝାରସୁଗୁଡ଼ାରେ ମାନସିକ ରୋଗ ବିଶେଷଜ୍ଞ ଟିମ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ/ ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ଆଜି ୮ ଦିନ ହୋଇଯାଇଥିଲେ ମଧ୍ୟ ଏହା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା କଥା ପୁଲିସ ଏଏସ୍‌ଆଇ ଗୋପାଳ ଦାସ ସ୍ବୀକାର କରିଥିଲେ ମଧ୍ୟ ସେ କାହିଁକି ହତ୍ୟା କଲେ ତାର କାରଣ ଏବେ ବି ରହସ୍ୟରେ ରହିଛି। କ୍ରାଇମ ବ୍ରାଞ୍ଚ ଟିମ୍ ଏହି ରହସ୍ୟ ଖୋଜିବାରେ ଲାଗିଥିବା ବେଳେ ଗୋପାଳଙ୍କୁ ପଚରାଉଚରା ମଧ୍ୟ ଜାରି ରଖିଛନ୍ତି। ଏହା ସହିତ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ମଧ୍ୟ ଡାକି ଜେରା କରୁଛନ୍ତି କ୍ରାଇମ ବ୍ରାଞ୍ଚ ଅଧିକାରୀ।

ଏସ୍‌ସିବିରୁ ଗଲେ ୪ ଜଣିଆ ବିଶେଷଜ୍ଞ ଟିମ୍
ଗୋପାଳଙ୍କର ମାନସିକ ସ୍ଥିତି ଯାଞ୍ଚ ଆରମ୍ଭ
ଗୋପାଳଙ୍କର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଆରମ୍ଭ

‌ଅନ୍ୟପକ୍ଷରେ ଗୋପାଳ ମାନସିକ ରୋଗୀ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ସାମନାକୁ ଆସୁଛି ଏହାର ପରୀକ୍ଷା କରିବା ପାଇଁ ଏକ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ଗଠିତ ହୋଇଛି। କଟକ ବଡ଼ ଡାକ୍ତରଖାନା ପରିସରସ୍ଥ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଚାରିଜଣିଆ ଡାକ୍ତରୀ ଟିମ୍ ପରୀକ୍ଷା ପାଇଁ ଝାରସୁଗୁଡ଼ା ଯାଇଛନ୍ତି। ଏହି ବିଶେଷଜ୍ଞ ଦଳରେ ୨ ଜଣ ମାନସିକ ରୋଗ ବିଶେଷଜ୍ଞ ଓ ୨ ଜଣ ମନସ୍ତତ୍ତ୍ବିବିତ୍‌ ରହିଥିବା ଜଣାଯାଇଛି। ଜଣେ ପ୍ରଫେସର୍‌ ଏହି ଟିମ୍‌ର ନେତୃତ୍ବ ନେଉଛନ୍ତି।
ଏହି ଦଳ ଝାରସୁଗୁଡ଼ାଠାରେ ଗୋପାଳଙ୍କୁ ରଖାଯାଇଥିବା ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରରେ ପହଞ୍ଚି ଆଜି ଦିନ ତମାମ ଗୋପାଳଙ୍କର ସ୍ବାସ୍ଥ୍ୟଗତ ସମସ୍ୟା, ତାଙ୍କର ମାନସିକ ସ୍ଥିତି ପ୍ରଭୃତି ଯାଞ୍ଚ କରୁଥିବା ଜଣାଯାଇଛି। ମାନସିକ ରୋଗ ବିଶେଷଜ୍ଞମାନେ ଗୋପାଳଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ତାକୁ ଅନୁଧ୍ୟାନ କରୁଥିବା ବେଳେ ମନସ୍ତତ୍ତ୍ବିବିତ୍‌ମାନେ ଗୋପାଳଙ୍କର ହାବଭାବକୁ ଅତି ପାଖରୁ ଅନୁଧ୍ୟାନ କରୁଥିବା ଜଣାଯାଇଛି।

ଏହା ସହିତ ସ୍ତରୀୟ ସ୍ବର ବିଶ୍ଲେଷଣ(ଏଲ୍‌ଏଭି) ପରୀକ୍ଷା ମାଧ୍ୟମରେ ହତ୍ୟାକାଣ୍ଡ ସମ୍ପର୍କରେ ଗୋପାଳ ସତ କହୁଛନ୍ତି କି ନାହିଁ, ଏ ସମ୍ପର୍କରେ ଜାଣିବା ପାଇଁ ଦିଲ୍ଲୀର କେନ୍ଦ୍ରୀୟ ଫରେନସିକ୍ ସାଇନ୍‌ସ ଲାବୋରେଟୋରି(ସିଏଫ୍‌ଏସ୍‌ଏଲ୍)ର ପରୀକ୍ଷା ଜାରି ରହିଛି। ଦୁଇଟି ରିପୋର୍ଟ କ୍ରାଇମବ୍ରାଞ୍ଚ ପାଇଁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି। ଏହି ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ଅନେକ ତଥ୍ୟ ସାମନାକୁ ଆସିପାରିବ ବୋଲି କୁହାଯାଉଛି।

ଇତିମଧ୍ୟରେ ଗୋପାଳ ଦାସଙ୍କ ଦ୍ବିତୀୟ ପର୍ଯ୍ୟାୟରେ ଚାରିଦିନିଆ ରିମାଣ୍ଡ ରବିବାରଠାରୁ ଆରମ୍ଭ ହୋଇଛି। ଗୋପାଳ ଦାସଙ୍କୁ ମିଳିଥିବା ବନ୍ଧୁକ ଓ ଗୁଳିର ରେକର୍ଡ ଯାଞ୍ଚ କରାଯାଉଛି। ବାର୍ଷିକ ବନ୍ଧୁକ ଚାଳନା କୋର୍ସ ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଉଛି। ୨୨ ଖଣ୍ଡିଆ ଚିଠିକୁ ରସୁଲଗଡ଼ ଫରେନସିକ୍ ସାଇନ୍‌ସ ଲାବୋରେଟୋରିରେ ଯାଞ୍ଚ କରାଯାଉଥିବା ବେଳେ ଏ ସମ୍ପର୍କିତ କୌଣସି ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇନାହିଁ।

ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ‌ଗାନ୍ଧୀଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।