ଅପରାଧ ରାଜ୍ୟ

ନବ ଦାସଙ୍କ ହତ୍ୟାକାଣ୍ଡ: ଗୋପାଳର ମାନସିକ ସ୍ଥିତି ଯାଞ୍ଚ ଆବେଦନ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁଡ଼ା : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁରୁରେ ଡାକ୍ତରୀ ପରୀକ୍ଷା ସମ୍ପର୍କିତ ଆବେଦନ ଉପରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଛନ୍ତି।

ଗତ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନକୁ ଜିଲ୍ଲାଜଜ୍‌ ଗ୍ରହଣ କରିଥିଲେ। ଏହାର ଶୁଣାଣି ପାଇଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତକୁ ହସ୍ତାନ୍ତର କରି ଦେଇଥିଲେ। ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଏହି ମାମଲାର ଶୁଣାଣି କରିଥିବା ବେଳେ ରାୟକୁ ସଂରକ୍ଷିତ ରଖିଥିବା ଆଇନଜୀବୀ ହରି ଶଙ୍କର ଅଗ୍ରୱାଲ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଶୁଣାଣି ସମୟରେ ଉଭୟ ପକ୍ଷର ଆଇନଜୀବୀ ନିଜ ନିଜ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ରିମାଣ୍ଡ ଓକିଲ ଏହା ବିରୋଧରେ ଯୁକ୍ତି କରି ଆବେଦନ ଖାରଜ କରିବା ପାଇଁ ଅନୁରୋଧ କରିଥିଲେ। ଅଭିଯୁକ୍ତ ବିଚାରବିଭାଗୀୟ ହେପାଜତକୁ ଯିବାପରେ ଆଉ ରିମାଣ୍ଡ ଦେବାର ନିୟମ ନଥିବାରୁ ଏହି ଆବେଦନକୁ ଖାରଜ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ। ଏହାର ଶୁଣାଣି ଶେଷ ହୋଇଥିବା ବେଳେ ଅଦାଲତଙ୍କ ରାୟକୁ ଅପେକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କ୍ରାଇମବ୍ରାଞ୍ଚ ଜେ୍‌ଏମ୍‌ଏଫ୍‌ସି କୋର୍ଟରେ ଗୋପାଳର ମାନସିକ ସ୍ଥିତିର ଅଧିକ ପରୀକ୍ଷା ପାଇଁ ଆବେଦନ କରିଥିଲେ। ତେବେ, ଜେ୍‌ଏମ୍‌ଏଫ୍‌ସି କୋର୍ଟ ଖାରଜ କରିବାପରେ କ୍ରାଇମବ୍ରାଞ୍ଚ ଡେପୁଟି ଡାଇରେକ୍ଟର ଚିତ୍ତରଞ୍ଜନ କାନୁନ୍‌ଗୋ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଶ୍ରୀ କାନୁନ୍‌ଗୋ ତାଙ୍କ ଆବେଦନ ନେଇ ପୂର୍ବରୁ ବିଭିନ୍ନ କୋର୍ଟ ଦେଇଥିବା ଉଦାହରଣ ଉପସ୍ଥାପନ କରିଥିବା ଜଣାପଡ଼ିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।