ମନୋରଞ୍ଜନ

ନବ୍ୟା ନବେଲି ନନ୍ଦାଙ୍କ ଏହି କାମ ପାଇଁ ଗର୍ବ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ; ବଲିଉଡର ଅନେକ ଷ୍ଟାର କଲେ ପ୍ରଶଂସା ..

ମୁମ୍ବାଇ ୨୬/୦୭ : ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ବଲିଉଡ୍ ଇଣ୍ଡଷ୍ଟ୍ରିରୁ ନଥିଲେ ମଧ୍ୟ ଖୁବ ଲୋକପ୍ରିୟ । ବଚ୍ଚନ ପରିବାରରୁ ଆସିଥିବାରୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ହେଲେ ତାଙ୍କର ଫିଲ୍ମକୁ ନେଇ କୌଣସି ରୁଚି ନଥିବା ବେଳେ ସେ ଖୁବ୍ କମ୍ ବୟସରେ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଛନ୍ତି । ବର୍ତ୍ତମାନ ନବ୍ୟା ଏଚ୍.ଟି ବ୍ରାଞ୍ଚର କଭରରେ ତାଙ୍କ ନାଁକୁ ସ୍ଥାନ ଦେଇଛନ୍ତି । ଯାହାର ଫଟୋ ନବ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ନବ୍ୟାଙ୍କ ପୋଷ୍ଟକୁ ନେଇ ଅମିତାଭ୍ ବଚ୍ଚନ ପ୍ରତିକ୍ରିୟା ଦେଇଛନ୍ତି କି, ‘ତୁମକୁ ନେଇ ଗର୍ବ ଅନୁଭବ କରୁଛୁ ନବ୍ୟା.. ଲଭ ୟୁ..’। ଏହା ସହ ନବ୍ୟାଙ୍କ ମାଆ ଶ୍ବେତା ବଚ୍ଚନ କହିଛନ୍ତି କି, ବ୍ରାଭୋ ଆରା.. । ଏମାନଙ୍କ ବ୍ୟବତୀତ ବଲିଉଡର ଅନେକ ଷ୍ଟାର ଏହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି ।

ତେବେ ୨୩ ବର୍ଷୀୟା ନବ୍ୟାଙ୍କ ଏହି ଫଟୋରେ ମଲ୍ଲକା ସାହାନା, ଅହିଲ୍ୟା ମେହତା ଓ ପ୍ରଜ୍ଞା ସାବୁ ଅଛନ୍ତି । ଏଥିରେ ନବ୍ୟା ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ କିଛି ବାର୍ତ୍ତା ଦେଇଛନ୍ତି । ଏହି ଫଟୋ ସହ ନବ୍ୟା ଲେଖିଛନ୍ତି କି –ଆସନ୍ତୁ ମହିଳାଙ୍କ ସ୍ବାସ୍ଥ୍ୟ ବିଷୟରେ କିଛି କଥା ହେବା । ଆସନ୍ତୁ ଏହି କଥାବର୍ତ୍ତାକୁ ଟିକେ ସହଜ କରିବା ସହ ସମସ୍ୟାର ସମାଧାନକୁ ମଧ୍ୟ ସରଳ କରିବା । ଏହି ବିଷୟରେ ସେ ପର୍ଯ୍ୟନ୍ତ କଥା ହେବା ଯେ ପର୍ଯ୍ୟନ୍ତ ଏହା ସହଜ ହୋଇନାହିଁ ।

ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଶୈଳୀକୁ ବଦଳାଇବା ତଥା ମହିଳାଙ୍କ ପାଇଁ ଜୀବନଚର୍ଯ୍ୟା ସହଜ କରିବା ପାଇଁ ଏହା ଆରମ୍ଭ କରାଯାଇଛି । କହିବାକୁ ଗଲେ ନବ୍ୟା ଓ ତାଙ୍କ ସାଙ୍ଗମାନେ ମିଶି ଆରା ହେଲଥ ନାମରେ ଏକ ଅନଲାଇନ ପ୍ଲାଟଫର୍ମ ଖୋଲିଛନ୍ତି । ଯେଉଁଥିରେ ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ସହ ଜଡିତ କାର୍ଯ୍ୟ କରାଯିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ