ରାଜ୍ୟ ସ୍ପେଶାଲ ରିପୋର୍ଟ

ନବୀନ ନିବାସ ଲୋକାରଣ୍ୟ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଭିଡ଼ ଜମିଥିଲା। ପୂର୍ବାହ୍ନରେ ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ବିଜେଡି ନେତା ଓ କର୍ମୀ ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ନବୀନ ନିବାସ ପରିସର ଲୋକାରଣ୍ୟ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ପୋର୍ଟିକୋ ନିକଟକୁ ଆସି ସମସ୍ତଙ୍କୁ ଭେଟିଥିଲେ। କିଛି ସମୟ ମଧ୍ୟରେ ସେଠାରେ ଫୁଲର ଛୋଟ ପାହାଡ଼ ସୃଷ୍ଟି ହୋଇଯାଇଥିଲା। ଏକ ମାଇକ୍ରୋଫୋନ୍ ଧରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହି ଭିଡ଼ ଭିତରେ ଏକ ନିଆରା ଦୃଶ୍ୟ ‌ଦେଖିବାକୁ ମିଳିଥିଲା। ଜଣେ ଦିବ୍ୟାଙ୍ଗ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନିକଟରେ ପହଞ୍ଚିଥିଲେ। ସୁରକ୍ଷାକର୍ମୀମାନେ ତାଙ୍କୁ ଭିତରକୁ ଛାଡ଼ି ଦେଇଥିଲେ। ସେ ପୋର୍ଟିକୋ ନିକଟରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିକଟକୁ ଆସିଥିଲେ। ଯୁବକ ଜଣଙ୍କ ଫୁଲତୋଡ଼ା ତାଙ୍କ ହାତକୁ ବଢ଼ାଇଥିଲେ। ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ।

ରବିବାର ଛୁଟି ଥିବାରୁ ଲୋକସେବା ଭବନ ବନ୍ଦ ଥିଲା। ତାହା ସତ୍ତ୍ବେ ବରିଷ୍ଠ ଅଧିକାରୀମାନେ ଆସି ସମ୍ମିଳନୀ କକ୍ଷରେ ଏକାଠି ହୋଇଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଯୋଡ଼ି ହୋଇଥିଲେ। ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ମଧ୍ୟ ଭିସିରେ ସାମିଲ ହୋଇଥିଲେ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାବାସୀଙ୍କ ପାଇଁ ଏ ବର୍ଷ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।