ଭୁବନେଶ୍ୱର ୨୯/୦୯ : ହିନ୍ଦୁ ଧର୍ମରେ ନବରାତ୍ରି ପର୍ବର ବିଶେଷ ମହତ୍ତ୍ୱ ଅଛି। ପାଞ୍ଜି ଅନୁଯାୟୀ, ଏଥର ଶାରଦୀୟ ନବରାତ୍ରି ଅକ୍ଟୋବର ୭ ତାରିଖରୁ ଆରମ୍ଭ ହେବ ଓ ୧୫ ତାରିଖରେ ସମାପନ ହେବ। ନବରାତ୍ରି ସମୟରେ ୯ ଦିନ ଯାଏଁ ମା’ ଦୁର୍ଗାଙ୍କ ୯ ସ୍ୱରୂପ ପୂଜା ପାଇଥାନ୍ତି। ମା’ଙ୍କ ପାଖରେ ପ୍ରତିଦିନ ଭିନ୍ନ ଭିନ୍ନ ଭୋଗ ଲାଗିହୁଏ। ନବରାତ୍ରିରେ ୯ ଦିନରେ ପ୍ରତ୍ୟେକ ଦିନ ଅଲଗା ଅଲଗା ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଆରାଧନା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି ବୋଲି କୁହାଯାଏ।
ନବରାତ୍ରିରେ କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ ଆସନ୍ତୁ ଜାଣିବା :
ପ୍ରଥମ ଦିନ – ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗାଙ୍କ ପ୍ରଥମ ସ୍ୱରୂପ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଭକ୍ତଙ୍କୁ ହଳଦିଆ ରଙ୍ଗର ପୋଷାକ ପିନ୍ଧି ମା’ଙ୍କ ଆରାଧନା କରିବା ଉଚିତ।
ଦ୍ୱିତୀୟ ଦିନ – ଦ୍ୱିତୀୟ ଦିନ ମା’ ବ୍ରହ୍ମଚାରୀଣିଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଭକ୍ତ ସବୁଜ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଆରାଧନା କରିବା ଉଚିତ।
ତୃତୀୟ ଦିନ – ତୃତୀୟ ଦିନ ମା’ ଦୁର୍ଗାଙ୍କ ସ୍ୱରୂପ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଇଥାଏ। ଏହିଦିନ ଭକ୍ତ କଫି ବା ମାଟିଆ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଆରାଧନା କରିବା ଉଚିତ।
ଚତୁର୍ଥ ଦିନ – ନବରାତ୍ରିର ଚତୁର୍ଥ ଦିନ ମା’ ଦୁର୍ଗାଙ୍କ ସ୍ୱରୂପ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଇଥାଏ। ଏହିଦିନ ଭକ୍ତ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଆରାଧନା କରିବା ଉଚିତ।
ପଞ୍ଚମ ଦିନ – ନବରାତ୍ରିର ପଞ୍ଚମ ଦିନ ମା’ ସ୍କନ୍ଦମାତାଙ୍କ ପୂଜା କରାଯାଏ। ଏହି ଦିନ ମା’ଙ୍କ ଭକ୍ତ ଧଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ।
ଷଷ୍ଠ ଦିନ – ନବରାତ୍ରିର ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ମା’ କାତ୍ୟାୟନୀଙ୍କୁ ଲାଲ ରଙ୍ଗ ବହୁତ ପସନ୍ଦ। ସେଥିପାଇଁ ଭକ୍ତ ଏହି ଦିନ ନାଲି ରଙ୍ଗ ପୋଷାକ ପିନ୍ଧି ମା’ଙ୍କୁ ଆରାଧନା କରିବା ଉଚିତ।
ସପ୍ତମ ଦିନ – ନବରାତ୍ରିର ସପ୍ତମ ଦିନ ମା’ କାଳରାତ୍ରିଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଭକ୍ତଙ୍କୁ ନୀଳ ରଙ୍ଗର ପୋଷାକ ପିନ୍ଧି ମା’ଙ୍କ ଆରାଧନା କରିବା ଉଚିତ।
ଅଷ୍ଟମ ଦିନ – ଅଷ୍ଟମ ଦିନ ମା’ ଦୁର୍ଗାଙ୍କ ସ୍ୱରୂପ ମହାଗୌରୀଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଭକ୍ତଙ୍କୁ ଗୋଲାପୀ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ପୂଜାର୍ଚ୍ଚନା କରିବା ଉଚିତ।
ନବମ ଦିନ – ନବମ ଅର୍ଥାତ ଅନ୍ତିମ ଦିନ ମା’ ଦୁର୍ଗାଙ୍କ ସ୍ୱରୂପ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଭକ୍ତ ଜାମୁକୋଳି ବା ବାଇଗଣୀ ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ପୂଜା କରିବା ଉଚିତ।

