୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । ୯ ଦିନ ରେ ମା’ଙ୍କୁ ଅଲଗା ଅଲଗା ଭୋଗ ଲଗାଇ ପୂଜା କରାଯାଏ । ଏପରି କରିବା ଦ୍ୱାରା ମା’ ଦୁର୍ଗା ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଭୋଗ ଲଗାଇବା ଉଚିତ୍….
– ନବରାତ୍ରିର ପ୍ରଥମ ଦିନରେ ମାଙ୍କୁ ଗାଈ ଘିଅରେ ଭୋଗ ଲଗାଇବା ଉଚିତ୍ । ଏହା କରିବା ଦ୍ୱାରା ରୋଗ ଏବଂ ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ ।
– ନବରାତ୍ରୀର ଦ୍ୱିତୀୟ ଦିନରେ ମା’ଙ୍କୁ ଚିନି ଏବଂ ପଞ୍ଚାମୃତ ଅର୍ପଣ କରାଯାଏ । ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ୱାରା ଜଣେ ବ୍ୟକ୍ତି ଦୀର୍ଘଜୀବୀ ହେବାର ବର ପାଇଥାଏ ।