କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ନବରାତ୍ରିର ଦ୍ୱିତୀୟ ଦିନ: ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରୀଣିଙ୍କ ଦିନ, ଜାଣନ୍ତୁ ପୂଜା ବିଧି

ଭୁବନେଶ୍ୱର ୧୪/୦୪ : ଆଜି ନବରାତ୍ରିର ଦ୍ୱିତୀୟ ଦିନ। ନବରାତ୍ରିର ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କ ବ୍ରହ୍ମଚାରୀଣି ସ୍ୱରୂପର ଆରାଧନା କରାଯାଇଥାଏ। ମା’ ବ୍ରହ୍ମଚାରୀଣି ନିଜ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି। ଏକାଗ୍ର ମନରେ ମା’ଙ୍କ ପୂଜା କଲେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ମା’ ବ୍ରହ୍ମଚାରୀଣିଙ୍କ ନାଁର ଅର୍ଥ ବହୁତ ଗଭୀର। ବ୍ରହ୍ମ ଅର୍ଥ ତପସ୍ୟା ଓ ଚାରିଣୀ ଅର୍ଥ ଆଚରଣ। ଅର୍ଥାତ ଦେବୀ ତପ ଆଚରଣ କରିଥାନ୍ତି। ମା’ଙ୍କ ଡାହାଣ ହାତରେ ଜପ ମାଳା ଓ ବାମ ହାତରେ କମଣ୍ଡଳ ଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ବ୍ରହ୍ମଚାରୀଣିଙ୍କୁ ପୂଜା କଲେ ତପ ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ବୃଦ୍ଧି ପାଇଥାଏ। ଦେବୀଙ୍କ ଆରାଧନା କଲେ ବ୍ୟକ୍ତିର ଆତ୍ମବଳ ବୃଦ୍ଧି ପାଇଥାଏ ଯାହାଦ୍ୱାରା ଜୀବନରେ ଆସୁଥିବା ସଙ୍କଟକୁ ଧାର୍ଯ୍ୟର ସହ ସାମ୍ନା କରିଥାଏ।

ପୂଜା ବିଧି –

ସକାଳୁ ଉଠି ନିତ୍ୟକର୍ମ ସାରି ସ୍ନାନ ଆଦି କରନ୍ତୁ। ଏହାପରେ ସ୍ଵଛ ବସ୍ତ୍ର ଧାରଣ କରି ପୂଜା ସ୍ଥଳରେ ବସିଯାଆନ୍ତୁ। ମା’ଙ୍କୁ ଚାଉଳ, ଫୁଲ, ନାଲି ସୁତା, ଚନ୍ଦନ ଆଦି ଅର୍ପଣ କରନ୍ତୁ। ମା’ଙ୍କୁ ଦହି, କ୍ଷୀର, ଘିଅ, ମହୁରେ ସ୍ନାନ କରାନ୍ତୁ। ମା’ଙ୍କୁ ବାଦାମରେ ତିଆରି ମିଠା ବହୁତ ପସନ୍ଦ। ସେଥିପାଇଁ ବାଦାମ ମିଠା ଭୋଗ ଲଗାନ୍ତୁ। ମା’ଙ୍କୁ ପାନ, ସୁପାରୀ, ଲବଙ୍ଗ ମଧ୍ୟ ଅର୍ପଣ କରାନ୍ତୁ। ଏହାପରେ ମନ୍ତ୍ର ଉଚ୍ଚାରଣ କରନ୍ତୁ। ହୋମ ମଧ୍ୟ କରିପାରିବେ। ହୋମ କରି ଏହି ମନ୍ତ୍ର ଜପ କରିପାରିବେ – ଓଁ ବ୍ରାଂ ବ୍ରିଂ ବ୍ରୁଂ ବ୍ରହ୍ମଚାରୀଣ୍ୟେ ନମଃ

ଏହାପରେ ସ୍ଥାପନା କରିଥିବା କଳସ, ନବଗ୍ରହ, ଦଶଦିଗପାଳ, ନଗର ଦେବତା ଓ ଗ୍ରାମ ଦେବତାଙ୍କୁ ପୂଜା କରନ୍ତୁ।

ମା‘ ବ୍ରହ୍ମଚାରୀଣିଙ୍କ ସହ ଜଡିତ ପୌରାଣିକ କଥା –

ପୌରାଣିକ କଥା ଅନୁସାରେ ପୂର୍ବଜନ୍ମରେ ମା’ ବ୍ରହ୍ମଚାରୀଣି ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଜନ୍ମ ନେଇଥିଲେ। ଭଗବାନ ଶଙ୍କରଙ୍କୁ ସ୍ୱାମୀ ରୂପେ ପାଇବାକୁ ସେ ବହୁତ କଠିନ ତପସ୍ୟା କରିଥିଲେ। ସେଥିପାଇଁ ତାଙ୍କୁ ବ୍ରହ୍ମଚାରୀଣି କୁହାଯାଏ। ମା ହଜାରେ ବର୍ଷ ଯାଏଁ କେବଳ ଫଳମୂଳ ଖାଇ ଜୀବନ ବିତାଇଥିଲେ। ଏହାପରେ ମା’ କଠିନ ବ୍ରତ ପାଳନ କରି ଖୋଲା ଆକାଶ ତଳେ ଖରା ବର୍ଷା ସବୁ ସହ୍ୟ କରିଥିଲେ। ଖଣ୍ଡିଆ ବେଲପତ୍ର ଖାଇ ଭଗବାନ ଶିବଙ୍କୁ ଆରାଧନା କରୁଥିଲେ।

ଏତେ ସବୁ କଲାପରେ ବି ଯେତେବେଳେ ଭଗବାନ ଶିବ ପ୍ରସନ୍ନ ହୋଇନଥିଲେ ମା’ ଶୁଖିଲା ବେଲପତ୍ର ମଧ୍ୟ ଖାଇବା ଛାଡି ଦେଇଥିଲେ ଓ କେତେ ହଜାର ବର୍ଷ ଯାଏଁ ନିର୍ଜଳା ଓ ନିରାହାର ତପସ୍ୟା କରିଥିଲେ। କଠିନ ତପସ୍ୟା ଯୋଗୁଁ ମା’ ବ୍ରହ୍ମଚାରୀଣି ଅତ୍ୟନ୍ତ ଦୁର୍ବଳ ହୋଇପଡିଥିଲେ। ମା’ଙ୍କ ତପସ୍ୟା ଦେଖି ସମସ୍ତ ଦେବାଦେବୀ, ଋଷି, ସିଦ୍ଧଗଣ, ମୁନି ମା’ଙ୍କ ମନୋସ୍କାମନା ପୂରଣ ହେବାକୁ ଆଶୀର୍ବାଦ ଦେଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,