କଳା ଓ ସଂସ୍କୃତି ଧର୍ମ

ନବରାତ୍ରିରେ ମା’ ଦୁର୍ଗାଙ୍କ ପାଇଁ ଅର୍ଦ୍ଧନାରେଶ୍ୱର ରୂପ ଧାରଣ କରନ୍ତି ମହାଦେବ: ଶିବଙ୍କ ବିନା ଅଧୁରା ମା’ଙ୍କ ପୂଜା

ଭୁବନେଶ୍ୱର ୧୦/୧୦ : ନବରାତ୍ରି ସମୟରେ ୯ ଦିନ ଯାଏଁ ବିଧି ବିଧାନ ଅନୁଯାୟୀ ମା’ ଦୁର୍ଗାଙ୍କ ୯ ସ୍ୱରୂପକୁ ପୂଜା କରାଯାଇଥାଏ। ମା’ ଦୁର୍ଗାଙ୍କ ପୂଜାରୁ ହିଁ ମହାଦେବଙ୍କୁ ସମ୍ପୂର୍ଣ୍ଣତା ମିଳିଥିଲା। ସେଥିପାଇଁ ନବରାତ୍ରି ସମୟରେ ଭଗବାନ ଶିବଙ୍କୁ ପୂଜା କଲେ ମନୋସ୍କାମନା ପୂରଣ ହୋଇଥାଏ। ସେଥିପାଇଁ ଶ୍ରଦ୍ଧାଳୁ ଶାରଦୀୟ ନବରାତ୍ରିରେ ମା’ଙ୍କ ସହ ମହାଦେବଙ୍କୁ ମଧ୍ୟ ପୂଜା କରିବା ଉଚିତ। ନବରାତ୍ରିର ନବମ ଦିନ ଅର୍ଥାତ ଅନ୍ତିମ ଦିନ ମା’ ଦୁର୍ଗାଙ୍କ ସ୍ୱରୂପ ସିଦ୍ଧିଦାତ୍ରୀଙ୍କୁ ସମର୍ପିତ। ମା’ଙ୍କ ଏହି ସ୍ୱରୂପ ସିଦ୍ଧି ପ୍ରଦାନ କରିଥାନ୍ତି।


ଦେବି ପୁରାଣ ଅନୁଯାୟୀ, ଭଗବାନ ଶିବଙ୍କୁ ମା’ଙ୍କୁ କୃପାରୁ ସବୁ ସିଦ୍ଧି ପ୍ରାପ୍ତ ହୋଇଥିଲା। ସୃଷ୍ଟିରେ ସଂହାର କାମ ତାପରେ ମିଳିଥିଲା। ମତ ସିଦ୍ଧିଦାତ୍ରୀଙ୍କ କୃପାରୁ ଭଗବାନ ଶିବଙ୍କୁ ଅର୍ଦ୍ଧନାରେଶ୍ୱର କୁହାଯାଏ। ଦେବୀ ଭଗବାନ ଶିବଙ୍କୁ ସମ୍ପୂର୍ଣ୍ଣ କରିଛନ୍ତି। ନବରାତ୍ରିରେ ୯ ଦିନ ଶିବଙ୍କୁ ପୂଜା କଲେ ଦେବୀ ସିଦ୍ଧିଦାତ୍ରୀ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ନବରାତ୍ରି ସମୟରେ ମାସିକ ଶିବରାତ୍ରି ପଡିଲେ ମା’ ଓ ମହାଦେବଙ୍କ ସଂଯୁକ୍ତ ରୂପକୁ ପୂଜା କଲେ ମନୋସ୍କାମନା ପୁରା ହୋଇଥାଏ। ଶ୍ରଦ୍ଧାଳୁ ମା’ଙ୍କ ସହ ଭଗବାନ ଶିବଙ୍କୁ ମଧ୍ୟ ଆରାଧନା କରିବା ଉଚିତ।


ମାର୍କଣ୍ଡେୟ ପୁରାଣ ଅନୁଯାୟୀ ୮ ସିଦ୍ଧି ରହିଛି। ଅଣିମା, ଲଘିମା, ମହିମା, ଗାରିମା, ପ୍ରାପ୍ତି, ପ୍ରାକାମ୍ୟ, ବଶିତ୍ୱ ଓ ଈର୍ଷତ୍ଵ। କିନ୍ତୁ ବ୍ରହ୍ମବବ୍ୟବର୍ତପୁରାଣରେ ମୋଟ ୧୮ ସିଦ୍ଧି ବିଷୟରେ ବର୍ଣ୍ଣନା କରାଯାଇଛି। ସର୍ବକାମାବସାୟିତା, ସର୍ବଯଜ୍ଞ, ଦୂରଶ୍ରବଣ, ପରକାୟପ୍ରଵେଶନ, ବାକସିଦ୍ଧି, କଳ୍ପବୃକ୍ଷତ୍ୱ, ସୃଷ୍ଟି, ସଂହାରକରଣସାମର୍ଥ୍ୟ, ଅମରତ୍ୱ, ସର୍ବନାଶକତ୍ୱ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ