କଳା ଓ ସଂସ୍କୃତି ଧର୍ମ

ନବରାତ୍ରିରେ କାହିଁକି ବୁଣାଯାଏ ଜବ: ଦେଇଥାଏ ଶୁଭ ଅଶୁଭ ସଂକେତ, ଜାଣନ୍ତୁ ଏହାର ମହତ୍ତ୍ୱ

ଭୁବନେଶ୍ୱର ୨୮/୦୯ : ନବରାତ୍ରିରେ ଜବ ଧାନ ବିନା ମା’ ଦୁର୍ଗାଙ୍କ ପୂଜା ଅଧୁରା ବୋଲି କୁହାଯାଏ। ଶାରଦୀୟ ନବରାତ୍ରି ହେଉ କି ଚୈତ୍ର ନବରାତ୍ରି, ସବୁ ନବରାତ୍ରିରେ ଜବ ଧାନର ମହତ୍ତ୍ୱ ଅନେକ। କଳସ କିମ୍ଭା ଘଟ ସ୍ଥାପନା ସହ ଜବ ରୁଆ ଯାଇଥାଏ। କାରଣ ଏହା ବିନା ମା’ ଦୁର୍ଗାଙ୍କ ପୂଜା ଅଧୁରା। କଳସ ସ୍ଥାପନା ସହ ମାଟି ପାତ୍ରରେ ଜବ ବୁଣାଯିବା ପରମ୍ପରା ବହୁତ ପୁରୁଣା।

ଜବ ଶୁଭ ମୁହୂର୍ତ୍ତରେ ବୁଣାଯାଏ। ମା’ ଙ୍କ ଆସନ ନିକଟରେ ମାଟି ପାତ୍ରରେ ଜବକୁ ବୁଣି ଢାଙ୍କି ଦିଆଯାଏ। ନିୟମିତ ସେଥିରେ ଜଳ ଅର୍ପଣ କରାଯାଏ ଏବଂ ନବରାତ୍ରି ସମାପନ ଦିନ ଏହି ଜବକୁ ପ୍ରବାହିତ ହେଉଥିବା ଜଳରେ ପ୍ରବାହିତ କରାଯାଏ। ଜବ ବୁଣିବାର କାରଣ ଓ ମହତ୍ତ୍ୱ ମଧ୍ୟ ରହିଛି। ଜବ ଗଜା ହେଲାବେଳେ ଅନେକ ଶୁଭ ଓ ଅଶୁଭ ସଂକେତ ମଧ୍ୟ ଦେଇଥାଏ।

ନବରାତ୍ରି ସମୟରେ ଘରେ, ମନ୍ଦିରରେ ଓ ପୂଜା ମଣ୍ଡପରେ ମାଟି ପାତ୍ରରେ ଜବ ବୁଣାଯାଏ। ନିୟମିତ ଏଥିରେ ଜଳ ସିଞ୍ଚନ କରାଯାଏ। ଫଳରେ ଏହା ଧୀରେ ଧୀରେ ଅଙ୍କୁରିତ ହୋଇଥାଏ। ତାପରେ ଏହା ସବୁଜ ସୁନ୍ଦର ଫସଲ ଭଳି ଦେଖାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ନବରାତ୍ରି ପ୍ରତିପଦା ତିଥିରେ କଳସ ସ୍ଥାପନା କରାଯାଏ। କଳସ ସ୍ଥାପନା ପରେ ଜବ ବୁଣାଯାଏ। ପୂଜା ସ୍ଥଳରେ ଜବ ଏଇଥିପାଇଁ ବୁଣାଯାଏ କାରଣ ଧାର୍ମିକ ଗ୍ରନ୍ଥରେ ଜବକୁ ସୃଷ୍ଟିର ପ୍ରଥମ ଫସଲ ବୋଲି କୁହାଯାଇଛି। ସେଥିପାଇଁ ଯେତେବେଳେ ଦେବାଦେବୀଙ୍କ ପୂଜା କରାଯାଏ ହୋମ ସମୟରେ ଜବ ଅର୍ପଣ କରାଯାଏ। ଆଉ ଏକ ବିଶ୍ୱାସ ରହିଛି ଯେ ଜବ ଅନ୍ନ ବ୍ରହ୍ମା ଓ ଅନ୍ନକୁ ସବୁବେଳେ ସମ୍ମାନ କରିବା ଉଚିତ। ସେଥିପାଇଁ ପୂଜା ସମୟରେ ଜବ ବ୍ୟବହାର କରାଯାଏ।

ନବରାତ୍ରି ସମୟରେ ବୁଣାଯାଉଥିବା ଜବ ଆଗାମୀ ଦିନ ସମ୍ପର୍କରେ ଅନେକ ସଂକେତ ଦେଇଥାଏ। କୁହାଯାଏ ଯେ, ଜବ ଯଦି ନବରାତ୍ରିର ପ୍ରଥମ ୩ ଦିନରେ ଅଙ୍କୁରିତ ହୁଏ ତାହେଲେ ଶୁଭ ହୋଇଥାଏ। କିନ୍ତୁ ଯଦି ଜବ ଜମା ଅଙ୍କୁରିତ ନ ହୁଏ ତାହେଲେ ଏହାକୁ ଅଶୁଭ ସଂକେତ ବୋଲି କୁହାଯାଏ। ଜବ ଅଙ୍କୁରିତ ନ ହେବାର ଅର୍ଥ ହେଲା, କଠିନ ପରିଶ୍ରମ ସତ୍ତ୍ୱେ ଆପଣଙ୍କୁ ଫଳ ମିଳିବନି। ଯଦି ଜବ ସବୁଜ କିମ୍ବା ଧଳା ରଙ୍ଗରେ ଅଙ୍କୁରିତ ହେଉଛି ତାହେଲେ ଅପଙ୍କା ଆଗାମୀ ଦିନ ଖୁସିରେ କାଟିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ