ମନୋରଞ୍ଜନ

ନବରାତ୍ରିକୁ ନେଇ Eros Nowର ବିବାଦୀୟ ଟ୍ବିଟ୍‌, ଜୋରଦାର ପ୍ରତିବାଦ ପରେ କ୍ଷମା ମାଗିଲା…

ମୁମ୍ବାଇ ୨୨/୧୦: ସୋସିଆଲ୍ ମିଡିଆରେ ଧର୍ମକୁ ଆକ୍ଷେପ କରି ପୋଷ୍ଟ କରିବା ଏବେ ଏକ ପ୍ରକାର ଟେଣ୍ଡ ହୋଇଗଲାଣି। ଧାର୍ମିକ ସଂପ୍ରଦାୟ ମଧ୍ୟରେ ବିଦ୍ବେଶ ଭାବ ସୃଷ୍ଟି କରିବା ଭଳି ଅପଚେଷ୍ଟା କରାଯାଉଛି। କିନ୍ତୁ ସୋସିଆଲ ମିଡିଆରେ ଏଭଳି କିଛି ସଂସ୍ଥାଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ମଧ୍ୟ ହେଉଛି। ସୋସିଆଲ ମିଡିଆରେ ନବରାତ୍ରିକୁ ନେଇ ବିବାଦୀୟ ପୋଷ୍ଟ କରି ହରଡ଼ଘଣାରେ ପଡ଼ିଛି ଭିଡିଓ ପ୍ଲାଟଫର୍ମ Eros Now। ନବରାତ୍ରି ଅବସରରେ Eros Now କିଛି ଆଗଧାଡ଼ିର ହିରୋଇନ୍ଙ୍କ ଫଟୋ ପୋଷ୍ଟ କରିଥିଲା। ଯାହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବହୁ ୟୁଜର କମ୍ପାନୀକୁ ଭୁଲ ମାଗିବା ସହ ଏହି ସବୁ ଫଟୋ ହଟାଇବା ପାଇଁ ଦାବି କରିଥିଲେ। ଚାପରେ ଚେପା ହୋଇ କମ୍ପାନୀ ଏବେ ଏହି ସବୁ ପୋଷ୍ଟ ଡିଲିଟ୍ କରିଥିବା ଜଣାପଡ଼ିଛି।
Eros Now ପ୍ରଯୋଜିତ ଫିଲ୍ମର କିଛି ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିଲା। ଏଥିରେ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’, କରୀନା କପୁର ଖାନଙ୍କ ଅଭିନୀତ ‘ରାଓ୍ବାନ’ରୁ ଅନେକ ଛମକଛଲୋ ଫଟୋ ଓ କ୍ୟାଟ୍ରିନା କୈଫଙ୍କ ନାଲୀ ସାଢ଼ି ପିନ୍ଧା ଏକ ଫଟୋ ସାମିଲ ଥିଲା। ଏହାସହ ସୋନାକ୍ଷୀ ସିହ୍ନା, କଙ୍କନା ରଣାଓ୍ବତ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋ ମଧ୍ୟ ସାମିଲ ଥିଲା। ଏହାକୁ ନେଇ ଜୋରଦାର ପ୍ରତିବାଦ ପରେ କମ୍ପାନୀ ପକ୍ଷରୁ କ୍ଷମା ମଗାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ