ନବରଙ୍ଗପୁର ଜିଲ୍ଲାର ସୂଚନା ଭବନ ଠାରେ ନବରଙ୍ଗପୁର ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ 10 ଗୋଟି ବ୍ଲକରୁ ସାତ ଗୋଟି ବ୍ଲକ ଉପସଭାପତି ଏବଂ ବରିଷ୍ଟ ନାଟଗୁରୁ ମଣ୍ଡଳୀ ଉପସ୍ଥିତ ଥିଲେ । ଏହି ବୈଠକରେ ମୁଖ୍ୟ ସଙ୍ଘ ଜିଲ୍ଲା କଳା ସଂସ୍କୃତି ସଙ୍ଘ ର ଉପସଭାପତି ଚୟନର ମୁଖ୍ୟ ପ୍ରସଙ୍ଗ ଥିଲା । ସଭିଙ୍କର ସମ୍ମତି କ୍ରମେ କାର୍ତ୍ତିକ ଭତ୍ରା କୁସୁମଗୁଡା ବ୍ଲକ ଡାବୁଗାଁ ଙ୍କୁ ଉପସଭାପତି ରୂପର ଚୟନ କରା ଯାଇଥିଲା ।
ଏଥକୁ ପ୍ରକାଶ ଯୋଗ୍ୟ ଯେ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟ ଭାର ନେଇଥିବା ପୁରୁଣା ଉପସଭାପତି ଙ୍କୁ ବହିଷ୍କାର କରା ଯାଇ ନୂତନ ଚିନ୍ତାଧାରାର ନୂତନ ସାଂସ୍କୃତିକ ସମାବେଶ କୁ ପ୍ରଚ୍ଛାହନ ଦେବାକୁ ସମ୍ମ ସମ୍ମୁଖରେ ବୟାନ କରା ଯାଇଥିଲା ।
