ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନବରଙ୍ଗପୁରରେ ବ୍ୟାପିଲା ଝାଡାବାନ୍ତିରେ : ଜଣେ ମୃତ, ୧୭ ଆକ୍ରାନ୍ତ

ନବରଙ୍ଗପୁର ୨୩।୭: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗାଁରେ ବ୍ୟାପିଛି ଝାଡାବାନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।ଆଉ ୧୭ ଜଣ ଆକ୍ରାନ୍ତ ଅଛନ୍ତି । ଖଡ଼ିଆଗୁଡା ଗାଁରେ ମେଡ଼ିକାଲ ଟିମ କ୍ୟାମ୍ପ କରି ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ସ୍ଥିତି ଉପରେ ନଜର ରଖିଛି ।

ସରକାରୀ ରିପୋର୍ଟ ଅନୁସାରେ, ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୨ ରହିଛି, କିଛି ଦିନ ତଳେ ଝରୀଗାଁ ବ୍ଲକ ଡୁମରପଦର ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଥବିର ମାଝୀ ନାମକ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଇନ୍ଦ୍ର ଭତରା ନାମକ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖଡ଼ିଆଗୁଡା ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ୧୭ ଜଣଙ୍କୁ ଘରେ ରଖି ଚିକିତ୍ସା କରୁଛି ଡାକ୍ତରୀ ଦଳ । ଝଡାବନ୍ତିର କାରଣ ଜାଣିବା ପାଇଁ ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ରେକ୍ଟଟାଲ ସ୍ବାବ ନେଇ ପରୀକ୍ଷା କରୁଛନ୍ତି । ଗ୍ରାମରୁ ପିଇବା ପାଣିର ସାମ୍ପୁଲ ମଧ୍ୟ ନେଇ ପରୀକ୍ଷା କରାଯାଉଛି । ଗତ ଦୁଇ ଦିନ ଧରି ଗାଁରେ ଡାକ୍ତରୀ ଦଳ କ୍ୟାମ୍ପ କରି ସ୍ଥିତି ଉପରେ ନଜର ରଖିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ