ଅପରାଧ ରାଜ୍ୟ

ନବରଙ୍ଗପୁରରେ ପୁଣି ମଶାଣି ବିବାଦ, ଶୁକ୍ରବାରଠୁ ପଡିରହିଛି ମୃତଦେହ

ଉମରକୋଟ ୨୯।୧୦: ନବରଙ୍ଗପୁର ଉମରକୋଟରେ ପୁଣି ମଶାଣି ବିବାଦ। ବୃଦ୍ଧଙ୍କ ମୃତଦେହ ସତ୍କାରକୁ ନେଇ ଗାଁରେ ଲାଗି ରହିଛି ଉତ୍ତେଜନା। ଶୁକ୍ରବାର ଠାରୁ ଘରେ ପଡ଼ି ରହିଛି ବୃଦ୍ଧଙ୍କ ମୃତଦେହ।

ଖବର ଅନୁଯାୟୀ, ଉମରକୋଟ ଥାନା ଗୁଲିବଡନା ଗାଁରେ ଶୁକ୍ରବାର ସକାଳେ ଜିତୁ ଭତ୍ରା ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହର ସତ୍କାରକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି। ବୃଦ୍ଧଙ୍କ ପରିବାର ୩-୪ ବର୍ଷ ପୂର୍ବେ ଭିନ୍ନ ଧର୍ମ ଗ୍ରହଣ କରିଥିବାରୁ ତାଙ୍କ ମୃତଦେହକୁ ଗାଁ ମଶାଣିରେ ସତ୍କାର ପାଇଁ ମନା କରିବାରୁ ଏଭଳି ବିବାଦ ଦେଖାଦେଇଛି । ଘଟଣାର ଖବର ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଉକ୍ତ ଗ୍ରାମରେ ନପହଞ୍ଚିବାରୁ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଉତ୍ୟକ୍ତ ଗାଁ ଲୋକେ ନିଆଁ ଜାଳି ଜଗି ରହିଥିବାବେଳେ ବୃଦ୍ଧଙ୍କ ମୃତଦେହକୁ ଅନ୍ୟ ସ୍ଥାନକୁ ନେବାକୁ ଦାବି କରିଛନ୍ତି।

ସେପଟେ ଧର୍ମ ପରିବର୍ତ୍ତନ ଯୋଗୁଁ ଗାଁ ଲୋକେ ମଶାଣିରେ ଜାଗା ଦେଉନଥିବା କହିବା ସହ ପୋଲିସକୁ ଖବର ଦେବା ପରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ। ବୃଦ୍ଧଙ୍କ ମୃତଦେହ ଶୁକ୍ରବାର ଠାରୁ ତାଙ୍କ ଘରେ ପଡ଼ି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।