ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ନବରଙ୍ଗପୁରରୁ ହଟିଲା ନାଇଟ୍ କର୍ଫ୍ୟୁ, ଜିଲ୍ଲାପାଳ କଲେ ଘୋଷଣା

ନବରଙ୍ଗପୁର ୨୮।୦୩: ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କ ହୋଇ ଉଠିଛନ୍ତି। ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା। ତେବେ ରବିବାର ନବରଙ୍ଗପୁରରୁ ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସୂଚନାଯୋଗ୍ୟ ମାର୍ଚ୍ଚ ୨୫ରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ନବଙ୍ଗପୁର ଜିଲ୍ଲାପାଳ ବୁଧବାର ଏହାର ଘୋଷଣା କରିଥିଲେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ତେବେ ସ୍ଥିତିରେ କିଛିଟା ସୁଧାର ଆସିବା ପରେ ଜିଲ୍ଲାପାଳ ରବିବାର ଜିଲ୍ଲାରୁ ନାଇଟ୍‌ କର୍ଫ୍ୟୁ ପ୍ରତ୍ୟାହାର କରିଛନ୍ତି।

ନାଇଟ୍ କର୍ଫ୍ୟୁ ସହ ଜିଲ୍ଲାପାଳ ଆଉ କିଛି କଟକଣା ଜାରି କରିଥିଲେ। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା ନିୟମ ରହିଥିଲା। ଜରୁରୀ ନଥିବା ସେମିନାର, ଓ୍ଵାର୍କସପ୍‌, କନଫରେନ୍ସ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା। ଏପରିକି ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ ଓ ବାହାଘର ରିସେପସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ଏତିକି ନୁହେଁ ବାହାଘର ବରଯାତ୍ରୀ ଶୋଭାଯାତ୍ରା ଓ ଅପେରା ଉପରେ ରୋକ୍ ଲଗାଯାଇଥିଲା। ତେବେ ଏହି କଟକଣା କେବେ ଉଠିବ ସେ ସଂପର୍କରେ କିଛି ସୂଚନା ଦିଆଯାଇ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ