ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ନବମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରୁଥିଲା ଶିକ୍ଷକ: ଭିଡିଓ କରି ବ୍ଲାକମେଲ୍ ଅଭିଯୋଗ

ବୁନ୍ଦି ୧୯/୧୨: ରାଜସ୍ଥାନର ବୁନ୍ଦିରେ ଏକ ଗାଁର ଜଣେ ଶିକ୍ଷକ ବିରୋଧରେ ଦୁଷ୍କର୍ମର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ କହିବା ଅନୁସାରେ ଶିକ୍ଷକ ତାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଛି ଏବଂ ଭିଡିଓ କରି ବ୍ଲାକମେଲ୍ କରୁଛି। ପୀଡ଼ିତାଙ୍କ ପରିବାର ଦବଲାନା ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି। ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି। ପୋଲିସର କହିବା ଅନୁସାରେ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ।

କୁହାଯାଉଛି ଯେ ନାବାଳିକା ନବମ ଶ୍ରେଣୀରେ ପଢ଼ନ୍ତି ଏବଂ ଅଭିଯୁକ୍ତ ଶିକ୍ଷକ ୩ୟ ଶ୍ରେଣୀର ପିଲାଙ୍କୁ ପଢ଼ାଏ। ସେ ନାବାଳିକାଙ୍କୁ ଭୟଭୀତ କରୁଥିଲା ଏବଂ ଧମକାଉଥିଲା। ଯାହା ଫଳରେ ତାଙ୍କୁ ଶିକ୍ଷକଙ୍କ ପାଖକୁ ଯିବାକୁ ପଡ଼ୁଥିଲା। ଅଭିଯୁକ୍ତ ଶିକ୍ଷକ ଧର୍ମରାଜ ମୀଣା ୩/୪ଥର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପୋଲିସ୍ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି। ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସ୍ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରିବ।

ସ୍କୁଲ ଶିକ୍ଷକର ଏହି କାରନାମା ଯୋଗୁଁ ପୂରା ଶିକ୍ଷା ବିଭାଗ ଲଜ୍ଜିତ ହୋଇଛି। ପୀଡ଼ିତାଙ୍କ ବାପା ଥାନାରେ ମାମଲା ରୁଜୁ କରିଛନ୍ତି ଏବଂ କହିଛନ୍ତି ଯେ ଅଭିଯୁକ୍ତ କେବେ ସିଡି,କେବେ ବହି ବାହାନାରେ ନାବାଳିକାଙ୍କୁ ସ୍କୁଲକୁ ଡାକୁଥିଲା ଏବଂ ତାଙ୍କୁ ଦୁଷ୍କର୍ମ କରୁଥିଲା।

ପୋଲିସର କହିବା ଅନୁସାରେ ଅଭିଯୁକ୍ତ ଶିକ୍ଷକ ନାବାଳିକାଙ୍କୁ ଅନ୍ୟ ଗାଁକୁ ନେଇ ଯାଇ ତାଙ୍କୁ ଦୁ​ଷ୍କର୍ମ କରିଥିଲା। ଏହା ପରେ ଭିଡିଓ କରି ତାଙ୍କୁ ବ୍ଳାକମେଲ୍ କରିଥିଲା।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି