ରାଜ୍ୟ ସ୍ପେଶାଲ ରିପୋର୍ଟ

ନବଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ନେତା ଅଛନ୍ତି: ସୁବାସ ପାଣିଗ୍ରାହୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୯ ଦିନ ବିତିଯାଇଥିଲେ ବି କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ହତ୍ୟାକାରୀର ଉଦ୍ଦେଶ୍ୟ କି ଏହା ପଛର ଷଡଯନ୍ତ୍ର ନେଇ କିଛି ପର୍ଦ୍ଦାଫାସ କରିପାରୁନି। ଯେଉଁଥିପାଇଁ ଏବେ ଶାସକ ଦଳ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି। ଆଜି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି ଯେ ନବଙ୍କୁ ପ୍ରି-ପ୍ଲାନ୍ କରି ହତ୍ୟା କରାଯାଇଛି। ଏହି ହତ୍ୟା ପଛରେ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତ ଅଛି। ହେଲେ ସେ ନେତାଙ୍କ ନାଁ କହିବେନି। ଏବେ ପୂରା ରାଜ୍ୟ ଜାଣିଛି ‌ବିଜେଡିରେ କେଉଁ ଉପକୂଳିଆ ନେତାଙ୍କ ପ୍ରଭାବ ଅଧିକ। ଶ୍ରୀ ପାଣିଗ୍ରାହୀ କହିଛନ୍ତି, ନବ ଦାସଙ୍କୁ ମାରିବାକୁ ପୂର୍ବରୁ ଷଡ଼ଯନ୍ତ୍ର କରାଯାଇଥିଲା। ସେ ନିଜ ଅଞ୍ଚଳରେ ନିଜ ବ୍ୟବସାୟର ସାମ୍ରାଜ୍ୟ ଯେପରି ବଢ଼ାଇଥିଲେ ତାହାକୁ ଶେଷ କରିବାକୁ ନବଙ୍କୁ ରାସ୍ତାରୁ ସଫା କରିଦିଆଗଲା। ନିଜ ଦଳର ନେତା ହିଁ ମନ୍ତ୍ରୀଙ୍କୁ ମାରିଛନ୍ତି।

ସୁବାସଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ ମନ୍ତ୍ରୀଙ୍କ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ। ସମୟ କହିବ ମନ୍ତ୍ରୀଙ୍କ ହତ୍ୟା ଗୁମର କେବେ ଖୋଲିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।