ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନ ଯିବାକୁ ଯୋଜନା କରୁଛନ୍ତି କି, ଜାଣିନିଅନ୍ତୁ ବଦଳିଥିବା ସମୟସାରଣୀ

ଭୁବନେଶ୍ୱର: ଆପଣ ପରିବାର ସହ ନନ୍ଦନକାନନ ବୁଲିଯିବାକୁ ଯୋଜନା କରୁଛନ୍ତି କି ? ତେବେ ବର୍ତ୍ତମାନ ନୂଆ ସମୟସାରଣୀ ଜାଣିନିଅନ୍ତୁ | କାରଣ ଆପଣ ଯେଉଁଦିନ ଛୁଟି ଦିନ ଭାବି ନନ୍ଦନକାନନ ଯିବାକୁ ଯୋଜନା କରୁଛନ୍ତି ସେହିଦିନ ନନ୍ଦନକାନନ ବନ୍ଦ ରହିବ | ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ କୋଭିଡ-୧୯ ଗାଇଡଲାଇନକୁ ନଜରରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସବୁ ଶନିବାର ଓ ରବିବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ |

ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ସୋମବାରରୁ ଶୁକ୍ରବାର ସକାଳ ୭ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏଁ ଖୋଲା ରହିବ | ସମସ୍ତ ପର୍ଯ୍ୟଟକ କୋଭିଡ ଗାଇଡଲାଇନକୁ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି | ସେହିପରି ରାଜ୍ୟ ସରକାର ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସାରଣୀକୁ ମାନିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି |

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ