ଅପରାଧ ରାଜ୍ୟ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକ୍ରମଣ

ବାରଙ୍ଗ : ନନ୍ଦନକାନନରେ ସଫାରି ବସ୍‌ ଟିକେଟକୁ କେନ୍ଦ୍ର କରି ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଛି। ଏଥିରେ ଛତିଶଗଡ଼ରୁ ଆସିଥିବା ୩ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କୁ ସଫାରି ବସ୍ କର୍ମଚାରୀ ଆକ୍ରମଣ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଛଡ଼ିଶଗଡ଼ର ୨୬ଜଣ ପର୍ଯ୍ୟଟକ ସଫାରି ବସ ଟିକେଟ ଘର ପାଖ ଧାଡ଼ିରେ ଛିଡ଼ା ହୋଇଥିଲେ। ସେମାନଙ୍କ ପଛରେ ଧାଡ଼ିରେ ଛିଡ଼ା ହୋଇଥିବା ପର୍ଯ୍ୟଟକ ବସ୍‌ ଟିକେଟ କରି ସଫାରି ବସ୍‌ରେ ବସିଥିଲେ। ସେମାନଙ୍କୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ବସ୍‌ରେ ବସିବା ପାଇଁ ଚଢ଼ିଥିଲେ। କିନ୍ତୁ ବସ୍‌ କର୍ମଚାରୀମାନେ ସେମାନଙ୍କୁ ବସିବାକୁ ସୁଯୋଗ ଦେଲେ ନାହିଁ। ଅପରପକ୍ଷେ ସମୟ ହୋଇଯିବାରୁ ଟିକେଟ୍‌ କାଉଣ୍ଟର ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ବସ୍‌ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପରସ୍ପରକୁ ଠେଲାପେଲା କରିଥିଲେ। ଠେଲାପେଲାରେ ଜଣେ ମହିଳାଙ୍କ ସମେତ ୩ ପର୍ଯ୍ୟଟକ ଆହତ ହୋଇଥିଲେ। ଆହତ ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ବସ୍‌ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବସ୍‌ କର୍ମଚାରୀମାନେ ମଧ୍ୟ ପର୍ଯ୍ୟଟକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ପୁଲିସ ପର୍ଯ୍ୟଟକଙ୍କ ଅଭିଯୋଗକୁ ଗ୍ରହଣ କରି ଘଟଣାର ଅନୁସନ୍ଧାନ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।