ରାଜ୍ୟ ସ୍ପେଶାଲ ରିପୋର୍ଟ

ନଦୀରେ ବୁଡ଼ିଗଲେ ଦୁଇ ଯୁବକ: ମିଳିଲା ଆଉ ଏକ ମୃତଦେହ

ରାଉରକେଲା: କୋଏଲ ନଦୀ ପଠାକୁ ପିକ୍‌ନିକ୍‌ କରିବାକୁ ଯାଇ ନଦୀରେ ବୁଡ଼ି ଯାଇଥିଲେ ଦୁଇ ଯୁବକ। ଗତକାଲି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ଦୀର୍ଘ ସମୟଧରି ଖୋଜାଖୋଜି କରିବାପରେ ଅନିକେତ ବୋଦ୍ରା (୧୯)ଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟେ ସ୍ଥାନୀୟ ବୁଧୁବୀର ଆଇଟିଆଇର ପ୍ରଥମ ବର୍ଷ ଛାତ୍ର। ବ୍ୟବଚ୍ଛେଦ ପାଇଁ ଦୁଇ ଶବକୁ ମାର୍ଗ ହାଉସରେ ରଖାଯାଇଛି।

ସୂଚନା ଅନୁସାରେ, ବନ୍ଧମୁଣ୍ଡା ଅଞ୍ଚଳର ୮ ଜଣ ଜଣ ଛାତ୍ର ସୋମବାର ପୂର୍ବାହ୍ନରେ ମିଟ୍‌କୁନ୍ଦୁରି କୋଏଲ ନଦୀ ପଠାକୁ ପିକନିକ୍‌ କରିବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ସ୍ଥାନୀୟ ବୁଧୁବୀର ଆଇଟିଆଇର ଛାତ୍ର। ପ୍ରାୟ ୩/୪ ଜଣ ଯୁବକ ଗାଧେଇବାକୁ ନଦୀ ଭିତରକୁ ଯାଇଥିଲେ। ଜଣେ ସାଙ୍ଗ ବୁଡ଼ିଯାଉଥିବା ଦେଖି ନିତେଶ ମାହାତୋ(୨୧) ତାଙ୍କୁ ବଞ୍ଚାଇବାକୁ ଯାଇ ନଦୀ ଭିତରକୁ ପଶିଥିଲେ। ତେବେ ଚୋରାବାଲି ଯୋଗୁଁ ତାଙ୍କ ଗୋଡ଼ ଖସିବାରୁ ସେ ମଧ୍ୟ ବୁଡ଼ିଯାଇଥିଲେ। ଏନେଇ ସୂଚନା ପାଇ ଝିରପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବେଶ୍‌ କିଛି ସମୟପରେ ନିତେଶଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ତେବେ ଅନ୍ୟ ଜଣେ ଯୁବକ ନିଖୋଜ ଥିଲେ। ବିଶ୍ରା ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।