ଅପରାଧ ରାଜ୍ୟ

ନଦୀରେ ବିପଦପୂର୍ଣ୍ଣ ଯାତ୍ରା: ନିର୍ମାଣ ହୋଇପାରୁନି ବରଡ଼ିହା ପୋଲ, ଡଙ୍ଗା ଭରସା

ଗାନ୍ଧିଛକ: ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଯାତାୟାତ ସୁଗମ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସଡ଼କ ଓ ସେତୁ ନିର୍ମାଣ କରୁଛନ୍ତି। ମାତ୍ର ଏମିତି ବି ଗାଁ ଅଛି ଯେଉଁଠି ଏସବୁ ଯୋଜନା ଅପହଞ୍ଚ। ସ୍ଥାୟୀ ପୋଲ ନିର୍ମାଣ ପାଇଁ ନେତା ଓ ମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସଦର ବ୍ଲକ୍‌ ଶ୍ରୀରାମପୁର ପଞ୍ଚାୟତର ବରଡ଼ିହା ଘାଟରେ।

ଜଳକା ନଦୀର ଏହି ଘାଟ ଶ୍ରୀରାମପୁର ଓ ସାର୍ଥା ପଞ୍ଚାୟତକୁ ଯୋଡ଼ିଥାଏ। ମୁହାଣ ନକଟରେ ଥିବାରୁ ଅଧିକାଂଶ ସମୟ ନଦୀଟି ଜୁଆରିଆ ରହିଥାଏ। ଆଉ ପୋଲ ନଥିବାରୁ ଉଭୟ ଅଞ୍ଚଳର ଶହଶହ ଲୋକ ପ୍ରତିଦିନ ଦେଶୀଡଙ୍ଗାରେ ବିପଦସଙ୍କୁଳ ଭାବେ ନଦୀ ପାର ହେଉଛନ୍ତି। ଡଙ୍ଗାରେ ଗଲେ ସାର୍ଥା ପଞ୍ଚାୟତ ମାତ୍ର ୨ କିମି ହେଉଥିବା ବେଳେ ରାସ୍ତା ଦେଇ ଯାଉଥିବା ଲୋକେ ୨୦ରୁ ୨୫ କିମି ଯିବାକୁ ପଡ଼ିଥାଏ। ଏହି ଘାଟ ଉପରେ ସଦର ଓ ବସ୍ତା ବ୍ଲକ୍‌ର ୧୦ଟି ପଞ୍ଚାୟତର ୨୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନିର୍ଭର କରିଥା’ନ୍ତି। ଶ୍ରୀରାମପୁର ପଞ୍ଚାୟତର ହଳଦୀପାଳରେ ବଜାର, ବ୍ୟାଙ୍କ ଓ ଦୁଇ ଦୁଇଟି କଲେଜ ରହିଥିବାରୁ ଛାତ୍ରଛାତ୍ରୀ ଏହି ଘାଟ ଉପରେ ନିର୍ଭର କରୁଛନ୍ତି। ତେବେ ସବୁ ସମୟରେ ନଦୀ ପାର ହେବା ସମ୍ଭବ ହେଉନଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ସେମାନେ କହିଛନ୍ତି। ବର୍ଷାଦିନେ ସନ୍ଧ୍ୟା ୬ଟା ପରେ ଫେରିଘାଟ ବନ୍ଦ ହୋଇ ଯାଉଥିବାରୁ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀଙ୍କୁ ୨୦ କିମି ଅଧିକ ରାସ୍ତା ଯିବାକୁ ପଡୁଛି।

ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପୋଲଟିଏ ନିର୍ମାଣ ହୋଇ ଲୋକମାନଙ୍କ ଯାତାୟାତ ସହଜ ଓ ସୁଗମ ହେବା ସହିତ ବହୁଦିନର ସମସ୍ୟା ସମାଧାନ ହୋଇ ପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।