ରାଜ୍ୟ ସ୍ପେଶାଲ ରିପୋର୍ଟ

ନଦୀରେ କମୁଛି ଜଳସ୍ତର, ମରୁଡ଼ି ଆଶଙ୍କାରେ ଚାଷୀକୁଳ

ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଛି। ଫଳରେ କେନାଲ ପାଣି ଉପରେ ନିର୍ଭର କରି ଯେଉଁ ଚାଷୀ ଭାଇମାନେ ଖରିଫ ଧାନ ଚାଷ କରିଥିଲେ ତାହା ଏବେ ମରୁଡି ଆଶଙ୍କାରେ। ସୂଚନା ଅନୁଯାୟୀ ନଦୀର ଆଖୁଆପଦା ଆନିକଟ ଠାରୁ ୩ନଂ ମୁଖ୍ୟ କେନାଲରେ ପାଣି ଆସୁଥିବା ବେଳେ ଏହାଦ୍ୱାରା ଭଣ୍ଡାରିପୋଖରୀ ସମେତ ଭଦ୍ରକ, ଧାମନଗର ଓ ବନ୍ତ ବ୍ଲକର ଅନେକ ଚାଷ ଜମି ଜଳ ପ୍ଲାବିତ ହୋଇଥାଏ। ଦୁର୍ଗାପୂଜା ଠାରୁ ବର୍ଷା ନ ଥିବାରୁ ଚାଷୀମାନେ ଲଗାତର ଭାବେ କେନାଲ ପାଣି ଉପରେ ନିର୍ଭର କରି ଆସୁଥିଲେ। ଏବେ ଧାନର ଥୋଡ଼ ସମୟ ହୋଇଥିବା ବେଳେ କେନାଲ ପାଣି କମିଯିବା ଯୋଗୁ ଚାଷୀ ଭାଇମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷ କରି ହାଇଲେବୁଲ କେନାଲ ପାର୍ଶ୍ୱ ବୟାବନାପୁର, ଚନ୍ଦ୍ରଭାନୁପୁର, ହାଟଡ଼ିହି, ସୁନାହାର ପ୍ରମୁଖ ଅଞ୍ଚଳର ଚାଷ ଜମିଗୁଡିକ ଏବେ ଶୁଖିବାକୁ ବସିଲାଣି।

କେନାଲରେ ପାଣି କମ୍‌ ଆସୁଥିବାରୁ ହୋମ୍‌ ପାଇପ୍‌ ଜରିଆରେ ଏହା ଚାଷ ଜମିକୁ ଯାଉନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ମୁଖ୍ୟ କେନାଲ ସଂଲଗ୍ନ ଶାଖା ଓ ମାଇନର କେନାଲ ଅବସ୍ଥା ତଦ୍ରୁପ ହୋଇଛି। ଅପେକ୍ଷାକୃତ କମ୍‌ ପାଣି ଆସିବା ଯୋଗୁ ସମସ୍ତ ଚାଷ ଜମିକୁ ଏହା ମାଡିବା ସମ୍ଭବ ହେଉନାହିଁ। ତେଣୁ ଧାନ ଥୋଡ଼ ବେଳକୁ ଜମିରେ ଜଳାଭାବ ମରୁଡି ଆଶଙ୍କା ସୃଷ୍ଟି କରିଛି। ଏପଟେ ନଦୀରେ ଯଦି ଜଳସ୍ତର କମିଥାଏ ତାହେଲେ ଆଉ କିଛିଦିନ କବାଟ ପକାଇ ପାଣି ଗଛିତ କରି କେନାଲରେ ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଭଣ୍ଡାରିପୋଖରୀ କନିଷ୍ଠଯନ୍ତ୍ରୀଙ୍କ ମତାମତ ନେବାରୁ ବୈତରଣୀରେ ଜଳସ୍ତର କମିବା ହେତୁ କେନାଲକୁ ଯେତିକି ପାଣି ନିଷ୍କାସିତ ହେବା କଥା ତାହା ହୋଇ ପାରୁନାହିଁ। ତେଣୁ କେନାଲରେ ଯେତିକି ପାଣି ଯାଉଛି ତାହା ଦ୍ୱାରା ଯେତିକି ସମ୍ଭବ କ୍ଷେତକୁ ମଡ଼ାଯାଇ ପାରିବ ବୋଲି କହିଛନ୍ତି। ମୋଟାମୋଟି ଭାବେ ଏ ବାବଦରେ ବୈତରଣୀ ନଦୀର ଜଳ ପରିଚାଳନା କରୁଥିବା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଦୃଷ୍ଟି ଦେଲେ ଆସନ୍ନ ମରୁଡ଼ିରୁ ଅନେକ ଚାଷ ଜମି ବର୍ତ୍ତି ଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।