କଟକ ୨୫/୦୫: କଟକ ବିଡାନାସୀରେ ଅଘଟଣ । ଏନସିସି ଘାଟ ନଦୀରୁ ଉଦ୍ଧାର ହେଲା ଅଜଣା ମହିଳାଙ୍କ ମୃତଦେହ । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ନେଇ ପୋଲିସକୁ ଖବର ଦେଇଥିଲେ ।
ବିଡାନାସୀ ପୋଲିସ ପହଞ୍ଚି ମୃତଦେହ ଜବତ କରି SCB ମେଡିକାଲକୁ ପଠାଇଛି । ପାରିପାର୍ଶିକ ସ୍ଥିତିକୁ ଦେଖିଲେ ମହିଳା ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ ପ୍ରକାଶ କରୁଛି । ଏବେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ହତ୍ୟା ନାଁ ଆତ୍ମହତ୍ୟା ।