ଖେଳ

ନଟରାଜନଙ୍କ ସଫଳ ଅସ୍ତ୍ରୋପଚାର, ବିସିସିଆଇକୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ୟର୍କର ସ୍ପେଶାଲିଷ୍ଟ୍‌ ଟି ନଟରାଜନଙ୍କ ଆଣ୍ଠୁରେ ମଙ୍ଗଳବାର ସଫଳ ଅସ୍ତ୍ରୋପଚାର ହୋଇଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ ସମସ୍ୟାରେ ପଡ଼ିଥିବା ଏହି ଖେଳାଳି ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ରେ ମାତ୍ର ୨ ମ୍ୟାଚ୍‌ ଖେଳିପାରିଥିଲେ। ଅସ୍ତ୍ରୋପଚାର ପରେ ନଟରାଜନ ବିସିସିଆଇ ଏବଂ ଡାକ୍ତରୀ ଦଳକୁ ଧନ୍ୟବାଦ ଦେଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ପରେ ସେ ଏନସିଏରେ ପୁନଃଥଇଥାନ କାର୍ଯ୍ୟକ୍ରମ‌ରେ ସାମିଲ ହୋଇଥିଲେ ମଧ୍ୟ ୧୦୦ ପ୍ରତିଶତ ଫିଟ୍‌ ‌‌ହୋଇପାରିନଥିଲେ। ଗତବର୍ଷ ଆଇପିଏଲ୍‌ରେ ଚହଳ ପକାଇବା ପରେ ଭାରତୀୟ ଦଳ ସହ ‌ନେଟ୍ ବୋଲର ଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। କିନ୍ତୁ ଦଳର ଆହତ ସମସ୍ୟା ଏଭଳି ହୋଇଥିଲା ଯେ ସେ ଦଳର ସମସ୍ତ ଫର୍ମାଟରେ ଅନ୍ତର୍ଜାତୀୟ ପଦାର୍ପଣ କରି ନିଜ ଛାପ ଛାଡ଼ିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ