ଅପରାଧ ରାଜ୍ୟ

ନକ୍ସଲଙ୍କ ଲଙ୍କାକାଣ୍ଡ, ମାଇନ୍ସ କାମରେ ନିୟୋଜିତ ଗାଡିରେ ଲଗାଇଦେଲେ ନିଆଁ

ମାଲକାନଗିରି ୧୮।୧୦ : ଛତିଶଗଡ଼ କାନକେର ଜିଲ୍ଲାରେ ନକ୍ସଲଙ୍କ ଲଙ୍କାକାଣ୍ଡ । ଚାରଗାଁ ଅଞ୍ଚଳରେ ମାଇନ୍ସ କାମରେ ନିୟୋଜିତ ଗାଡିରେ ନିଆଁ ଲଗାଇଦେଲେ ମାଓବାଦୀ । ଘଟଣାସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ ।

ଖବର ଅନୁଯାୟୀ, ୨ଟି ହାଇୱା ଏବଂ ୪ଟି ଚାରି ଚକିଆ ଯାନରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ। ଯେଉଁଥିରେ ୨ଟି ସରକାରୀ ଏବଂ ୨ଟି ଘରୋଇ ଗାଡି ରହିଛି । ଏଥିସହିତ ଜେସିବି ମେସିନ ଭଙ୍ଗାରୁଜା ମଧ୍ୟ କରିଛନ୍ତି ସଶସ୍ତ୍ର ମାଓବାଦୀ। ଭୋରରୁ ଏଭଳି କାଣ୍ଡ ଭିଆଇଛନ୍ତି ଲାଲବାହିନୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଥିଲା । ନକ୍ସଲମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପାଲଟା ଗୁଳିର ସାମ୍ନା ନକରିପାରି ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।