ଯାଜପୁର ୨୫।୦୬: ନକଲି ସିମେଣ୍ଟ କାରଖାନା ଠାବ। କଳିଙ୍ଗନଗର ଥାନା ଗୋଲାଗାଁ ନିକଟରେ ଠାବ ହେଲା ନକଲି ସିମେଣ୍ଟ କାରଖାନା । ୨୦୦ ବସ୍ତାରୁ ଅଧିକ ନକଲି ସିମେଣ୍ଟ ବସ୍ତା ଜବତ କଲା ପୋଲିସ। କାରବାରରେ ସମ୍ପୃକ୍ତି ଥିବା ୭ ଜଣ ଥାନାରେ ଅଟକ ରଖିଛି ପୋଲିସ।
ଖବର ଅନୁଯାୟୀ, ଯାଜପୁର କଳିଙ୍ଗନଗର ଗୋଲାଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଚାଲୁଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ କଳିଙ୍ଗନଗର ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢାଉ କରିଥିଲା । କାରଖାନାରୁ ୨୦୦ ବସ୍ତାରୁ ଅଧିକ ନକଲି ସିମେଣ୍ଟ ଜବତ ହେବା ସହ କାରବାରରେ ସଂପୃକ୍ତି ଥିବା ୭ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ କେବେଠାରୁ ଏହି ନକଲି କାରଖାନା ଚାଲିଛି । ସେନେଇ ଖୋଲତାଡ଼ କରୁଛି ପୋଲିସ ।
ସେହିପରି ଅଧିକ ତଥ୍ୟ ପାଇଁ ଅଟକ ରଖିଛି ୭ଜଣଙ୍କୁ ପଚରାଉଚରା କରୁଛି । ଏହି ନକଲି କାରଖାନାରୁ କେଉଁଆଡେ ସବୁ ମାଲ୍ ଯାଉଥିଲା । ସେନେଇ ମଧ୍ୟ ଖୋଲତାଡ଼ କରୁଛି କଳିଙ୍ଗନଗର ଥାନା ପୋଲିସ ।