ଅପରାଧ ରାଜ୍ୟ

ନକଲି ଔଷଧ କେଳେଙ୍କାରୀ: ଧରାପଡ଼ିଲା ବିହାରୀ ମାଫିଆ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଉଚ୍ଚରକ୍ତଚାପ ଔଷଧ ‘ଟେଲମା ୪୦’ ନକଲି କେଳେଙ୍କାରୀ ଘଟଣା ପଛରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଔଷଧ ମାଫିଆ ବିକାଶ କୁମାର ଧରାପଡ଼ିଛି। କଟକ ପୁରୀଘାଟ ଥାନାର ଏକ ସ୍ବତନ୍ତ୍ର ଟିମ୍‌ ବିହାରର ପାଟଣାରୁ ତାକୁ ଗିରଫ କରିବା ସହିତ ବୁଧବାର ଅପରାହ୍ନରେ କଟକ ଅଣାଯାଇ ଜେରା କରାଯାଉଛି।

ସୂଚନା ଅନୁଯାୟୀ, ପାଟଣାର ବିକାଶ ନକଲି ଔଷଧ କାରବାର ପାଇଁ ଏକ ଗୋଦାମ ଖୋଲିଥିଲା। ସେ ବିହାର ଗୟା ଜିଲ୍ଲା ରାମପୁରର ଆଲୋକ କୁମାର ମିଶ୍ରା ଓ ହରିଶ କୁମାରଙ୍କ ମାଧ୍ୟମରେ କଟକକୁ ଦୁଇକୋଟି ଟଙ୍କାର ନକଲି ଔଷଧ ପଠାଇଥିଲା। ଗୟାରେ ବାଲାଜୀ ଡ୍ରଗ୍ ଓ ବାଲାଜୀ ଡ୍ରଗ୍ ପଏଣ୍ଟ ନାମରେ ଥିବା ଦୁଇଟି ନକଲି ସଂସ୍ଥା ମାଧ୍ୟମରେ ଏହି ଔଷଧ ବିକାଶ ପଠାଇଥିବା ତଦନ୍ତରୁ ଜଣାପଡିଛି। ଆଲୋକ ଓ ହରିଶ ଏହି ନକଲି ଔଷଧ ବିକାଶଠୁ କିଣିବାପରେ କଟକର ଦୁଇ ବ୍ୟବସାୟୀ ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାନଙ୍କୁ ବିକ୍ରି କରିଥିଲେ।

ବର୍ତ୍ତମାନ ସୁଦ୍ଧା ଏହି ନକଲି ଔଷଧ କାରବାର ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।