ଅପରାଧ ରାଜ୍ୟ

ନକଲି ଔଷଧ କାରବାର ମାମଲା, ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ PIL

କଟକ ୨୧।୦୯: ନକଲି ଔଷଧ କାରବାରର ପର୍ଦ୍ଦାଫାଶ ହେବା ଦରକାର । ଏହି ଘଟଣାରେ ସିବିଆଇ ତଦନ୍ତ ଆବଶ୍ୟକ କହି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଅଭିଷେକ ଦାସ । ଏହି ମାମଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକାଧିଜ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଯେହେତୁ ଏହି ବେଆଇନ କାରବାରରେ ଏକାଧିକ ବ୍ୟକ୍ତି ଏବଂ ସଂସ୍ଥା ଜଡିତ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଏହାର ଚେର ମଧ୍ୟ ରାଜ୍ୟ ବାହାରକୁ ଲମ୍ବିଛି । ତେଣୁ ପୁରା ଘଟଣାକ୍ରମରେ କେଉଁମାନେ ସମ୍ପୃକ୍ତ ସେସବୁ ଉପରୁ ପରଦା ଉଠାଇବା ଲାଗି ସିବିଆଇକୁ ତଦନ୍ତ ଭାର ଦେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।

ସେହିପରି ଅନ୍ୟପଟେ କଟକରୁ ନକଲି ମେଡିସିନ ବିକିବା ଘଟଣାରେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ। ପୁରୀଘାଟ ଥାନା ଅଧିକାରୀଙ୍କ ନେତୃତ୍ବରେ ଚାରି ଜଣିଆ ଟିମ୍ ରାଜ୍ୟ ବାହାରକୁ ଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।