ଦେଶ ବିଦେଶ ସ୍ୱାସ୍ଥ୍ୟ

ନଏଡ଼ାରେ ଦିନକରେ ୩୩ ଶିଶୁ ସଂକ୍ରମିତ: ଲଗାତାର ୨ ଦିନ ଧରି ଦିଲ୍ଲୀରେ ଦୈନିକ ସଂକ୍ରମଣ ୫୦୦ ଉପରେ

ନଏଡ଼ା: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ ଆଜି ୧୦୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ୩୩ ଶିଶୁ ଅଛନ୍ତି। ନଏଡ଼ା‌ରେ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରୁ ଚିନ୍ତା ବଢ଼ିଛି। ଅନ୍ୟପକ୍ଷେ ଦିଲ୍ଲୀରେ ଲଗାତାର ଦ୍ବିତୀୟ ଦିନରେ ଦୈନିକ ସଂକ୍ରମଣ ୫୦୦ ଉପରେ ରହିଛି। ଦିଲ୍ଲୀରେ ଆଜି ୬୦୦ରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ୭.୭୨ ପ୍ରତିଶତ। କିନ୍ତୁ ଗତ ରବିବାର ଦିନ ଦିଲ୍ଲୀରେ ପଜିଟିଭ୍‌ ହାର ୪.୨୧ ପ୍ରତିଶତ ଥିଲା। ଦେଶରେ ଆଜି ୧୨୪୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୪୩ ପ୍ରତିଶତ ହ୍ରାସ ହୋଇଛି। ଗତକାଲି ଦେଶରେ ୨୧୮୩ ନୂଆ ମାମଲା ଚିହ୍ନଟ ହୋଇଥିଲା। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୫,୫୨୭କୁ ବୃଦ୍ଧି ପାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ