ଖେଳ

ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ ୧୮/୫ : ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗ୍ରାଉଣ୍ଡ ବାହାରେ ଖେଳାଳିଙ୍କ ସହ ବହୁତ ମଜା କରୁଥିବା ନଜିର ରହିଛି । CSK ତରଫରୁ ଏକ ଭିଡିଓ ସେୟାର ହୋଇଛି, ଯାହା ଏବେ ଭାଇରାଲ ହେଉଛି । ଧୋନି ଏହି ଭିଡିଓରେ ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ତଲଓ୍ୱାରବାଜୀ ଅନୁକରଣ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଧୋନିଙ୍କ ସହ ରବିନ୍ ଉଥାପ୍ପା ମଧ୍ୟ ବସିଥିବାର ନଜର ଆସିଛନ୍ତି ।

ବାସ୍ତବରେ ଏହି ଭିଡିଓ IPL ୨୦୨୧ର ଅଭ୍ୟାସ ସମୟର ଭିଡିଓ ଅଟେ । ଚଳିତ IPLରେ କୋଭିଡ ଗ୍ରହଣ ଲାଗିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖେଳକୁ ସ୍ଥଗିତ ରଖାଯାଇଛି । ତେବେ ସେୟାର ହୋଇଥିବା ଏହି ଭିଡିଓ ବେଶ୍ ଭାଇରଲ ହୋଇଛି । ତେବେ ଏହି ଭିଡିଓ ଦେଖିବା ପରେ ରବୀନ୍ଦ୍ର ଜାଡେଜା ବି ମନ୍ତବ୍ୟ ଦେଇଛନ୍ତି । CSK ର ଏହି ଭିଡିଓ ଉପରେ ଜଦ୍ଦୁ ଲେଖିଛନ୍ତି ଯେ ଏହା ବ୍ୟାଟ୍ ସହିତ ଏକ ଚେଷ୍ଟା ହେବା ଉଚିତ୍ ।

ପ୍ରକୃତ କଥା ହେଉଛି କି, ଯେତେବେଳେ ବି ଅନ୍ତର୍ଜାତୀୟ କ୍ରିକେଟ୍ କିମ୍ବା ଆଇପିଏଲ୍ ମ୍ୟାଚ୍ ରେ ରବୀନ୍ଦ୍ର ଜାଡେଜା ସେଞ୍ଚୁରୀ କିମ୍ୱା ହାଫ୍ ସେଞ୍ଚୁରୀ ହାସଲ କରନ୍ତି । ସେତେବେଳେ ସେ ବ୍ୟାଟ୍ ତଲଓ୍ୱାର ବାଜି କରିଥିବା ନଜିର ରହିଛି । ଏମିତି କରି ସେ ନିଜେ ସେଲିବ୍ରେସନ କରିଥାନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ