ରାଜ୍ୟ ସ୍ପେଶାଲ ରିପୋର୍ଟ

ଧୋକା ଦେଉଛି ୨୦୧ କୋଟିର ପାନୀୟଜଳ ପ୍ରକଳ୍ପ: ୬ ବର୍ଷ ପରେ ବି କାମ ସରୁନି

ରାଉରକେଲା/ବଣାଇ: ଗ୍ରାମାଞ୍ଚଳକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କେବଳ ଘୋଷଣାରେ ସୀମିତ ରହିଛି। ବର୍ଷ ବର୍ଷ ଧରି ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାମ ସରୁନି। ନିର୍ମାଣ ଅବଧିକୁ ତିନି ବର୍ଷ ବିତିଯାଇଛି। ହେଲେ କାମ ସେମିତି କଚ୍ଛପ ଗତିରେ ଚାଲିଛି। ଏମିତି ବ୍ୟତିକ୍ରମ ଦେଖିବାକୁ ମିଳିଛି ବଣାଇ ଉପଖଣ୍ଡ ଲହୁଣିପଡା ବ୍ଲକ ଅନ୍ତର୍ଗତ ଲଲେଇ ବିଜୁଛକ ରାସ୍ତାପାର୍ଶ୍ବ ମେଗା ପାନୀୟ ଜଳ ପ୍ରକଳ୍ପରେ। ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଛି ୨୦୧ କୋଟି ୫ ଲକ୍ଷ। ଠିକା ସଂସ୍ଥା ଗତ ୨୦୧୮ ମାର୍ଚ୍ଚ ୭ରେ କାମ ଆରମ୍ଭ କରିଥିଲା।

୨୦୨୦ ମାର୍ଚ୍ଚ ୭ ତାରିଖ ଅର୍ଥାତ୍‌ ଦୁଇ ବର୍ଷରେ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଇତି ମଧ୍ୟରେ ମଧ୍ୟରେ ୬ ବର୍ଷ ବିତିଗଲା। ତଥାପି କାମ କରୁନି। କେବେ ସରିବ? ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବ? କାହାରି ପାଖରେ ସଠିକ୍‌ ଉତ୍ତର ନାହିଁ। ବଣାଇ, କୋଇଡା, ଲହୁଣିପଡ଼ା ଓ ଗୁରୁଣ୍ଡିଆ ବ୍ଲକର ପ୍ରତ୍ୟେକ ଗ୍ରାମକୁ କିପରି ଗ୍ରାମୀଣ ଜଳ ଯୋଗାଣ ସୁବିଧା ପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲଲେଇ ଗ୍ରାମ ବ୍ରାହ୍ଣଣୀ ନଦୀକୂଳରେ ଏହି ପାନୀୟ ଜଳ ପ୍ରକଳ୍ପ କରାଯାଇଛି। ଓମ୍‌ବାଡ଼ସି ପାଣ୍ଠିରୁ ହେଉଥିବା ପ୍ରକଳ୍ପ ଅଦ୍ୟାବଧି ଲୋକଙ୍କ କାମରେ ଆସିନି। ପ୍ରତି ଗାଁରେ ଗୋଟାଏ କରି ବଣାଇଁ ଉପଖଣ୍ଡରେ ୩୯ଟି ଓଭରହେଡ୍‌ ଟାଙ୍କି ନିର୍ମାଣ ସରିଲାଣି।

ଠିକାସଂସ୍ଥା ପକ୍ଷରୁ ବଣାଇଁ ଅଞ୍ଚଳ ସମେତ କୋଇଡା, ଟେନସା, ବାରସୁଆଁ ଅଞ୍ଚଳରେ ୬୮ ଟି ଗ୍ରାମର ଜନସାଧାରଣ ଉପକୃତ ହୋଇପାରିବେ। ଲହୁଣିପଡା ବ୍ଲକରେ ଥିବା ୪୫ଟି ଗ୍ରାମ ଓ ଗୁରୁଣ୍ଡିଆ ବ୍ଲକର ଦୁଇଟି ଗ୍ରାମବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି କୁହାଯାଉଛି। ପାଇପ ବିଛା କାମ ଚାଲିଛି। କିଛି ଗ୍ରାମରେ ବିଛା ସରିଳାଣି। ଆଉ କିଛି ଗ୍ରାମରେ ବିଛା ଚାଲିଛି। ହେଲେ ସେମିତି କାମ ଚାଲିଛି ଏ ଗ୍ରୀଷ୍ମ ଋତୁରେ ସରିବ କି ନାହିଁ, ‌ସନ୍ଦେହ। ଏମିତି ଭାବେ ଚାରି ବ୍ଲକର ପାଖାପାଖି ୨୦୦ରୁ ଅଧିକ ଗ୍ରାମବାସୀ ସରକାରଙ୍କ ଘୋଷଣା ଅନୁଯାୟୀ ବିଶୁଦ୍ଧ ପାଇପ ପାଣିକୁ ଚାହିଁ ବସିଛନ୍ତି। ୨୦୦ ଗ୍ରାମରୁ ଅଳ୍ପ କିଛି ଗାଁକୁ ଛାଡିଦେଲେ, ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ପାଇପ ପାଣି ଆସିନି। ବର୍ଷ ବର୍ଷ ଧରି ପାନୀୟ ଜଳ ପାଇଁ ହଇରାଣ ହରକତ ହେଉଥବା ଲୋକମାନଙ୍କୁ ଚଳିତ ଖରାରେ ସେହି ସମାନ ଅବସ୍ଥା ଭୋଗିବାକୁ ପଡ଼ିବ। ଠିକାସଂସ୍ଥାର ଅବହେଳା ଓ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତାରୁ ଚାରି ବ୍ଲକର ଗ୍ରାମବାସୀଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।